fbpx

ଅଲିମ୍ପିକ୍ସ ଆଥଲେଟଙ୍କୁ ହତ୍ୟା; ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକ, ଜାଣନ୍ତୁ କାହିଁକି ମାରିଲା ଜହ୍ଲାଦ

ନୂଆଦିଲ୍ଲୀ: ଉଗାଣ୍ଡା ଅଲିମ୍ପିକ୍ସ ଆଥଲେଟଙ୍କୁ ହତ୍ୟା। ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକ। ଉଗାଣ୍ଡା ଅଲିମ୍ପିକ୍ ଆଥଲେଟ୍ ରେବେତା ଚେପ୍ଟେଗିଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡା ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କ ପ୍ରେମିକ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ୩୩ ବର୍ଷୀୟ ମାରାଥନ୍ ଧାବିକା ନିକଟରେ ସରିଥିବା ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଇଥିଲେ। ରବିବାର ଆକ୍ରମଣରେ ସେ ଗୁରୁତର ଭାବେ ଜଳି ଯାଇଥିବା ଡାକ୍ତରମାନେ କହିଥିଲେ।

ସେପଟେ ଉତ୍ତର-ପଶ୍ଚିମ କେନିଆର ଅଧିକାରୀମାନେ କହିଛନ୍ତି ଯେ ରେବେକା ଚର୍ଚ୍ଚରୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ରେବେକା ଉତ୍ତର-ପଶ୍ଚିମ କେନିଆରେ ରହୁଥିଲେ ଏବଂ ଏଠାରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଆଥଲେଟ୍ ଓ ତାଙ୍କ ପାର୍ଟନରଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଉଗାଣ୍ଡା ଆଥଲେଟ୍ ମହାସଂଘ ଏକ୍ସରେ ଲେଖିଛି, “ଅତ୍ୟନ୍ତ ଦୁଃଖର ସହ ଆମର ଜଣେ ଆଥଲେଟ୍ ରେବେକା ଚେପ୍ଟେଗିଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଘରୋଇ ହିଂସାର ଶିକାର ହୋଇଥିଲେ। ଆମେ ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ନ୍ୟାୟ ଦାବି କରୁଛୁ। ରେବେକାଙ୍କ ପରିବାର ଲୋକେ ମୃତ୍ୟୁ ସମ୍ପର୍କରେ କୌଣସି ବୟାନ ଦେଇନଥିଲେ ମଧ୍ୟ ତାଙ୍କୁ ଭର୍ତ୍ତି ହୋଇଥିବା ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତର ଓଭେନ୍ ମେନେଶ କହିଛନ୍ତି ଯେ ମଲ୍ଟି ଅର୍ଗାନ ଫେଲ୍ଅର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.