fbpx

ଅନଲାଇନ୍ କୋର୍ସ ପାଇଁ ଯୋଗ୍ୟ ୮୦ଟି ବିଶ୍ୱବିଦ୍ୟାଳୟର ତାଲିକା ଘୋଷଣା କଲା UGC: ମାର୍ଚ୍ଚ ୩୧ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଡିଷ୍ଟାନ୍ସ ମୋଡ଼ରେ ଶିକ୍ଷା ଗ୍ରହଣ ପାଇଁ ଆଡମିଶନ ସମୟ ପାଖେଇ ଆସୁଥିବା ବେଳେ ଓପନ ଆଣ୍ଡ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ପ୍ରୋଗ୍ରାମ ପ୍ରଦାନ ପାଇଁ ସ୍ୱୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚଇଆଇ) ମାନଙ୍କର ଏକ ବିସ୍ତୃତ ତାଲିକା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଜାରି କରାଯାଇଛି । ଏହି ଲିଷ୍ଟରେ ୮୦ଟି ବିଶ୍ୱବିଦ୍ୟାଳୟର ନାମ ରହିଥିବା ବେଳେ ଏହି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନ୍ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଫର୍ମାଟରେ ଅନେକ କୋର୍ସ ଅଫର କରିବେ ।

୨୦୨୪ ଫେବୃଆରୀ ଶିକ୍ଷା ସେସନରେ ଓଡିଏଲ ଓ ଅନଲାଇନ ପ୍ରୋଗ୍ରାମରେ ଆଡମିଶନ ପାଇଁ ମାର୍ଚ୍ଚ ମାସ ୩୧ ଶେଷ ତାରିଖ ରହିଛି । ଶିକ୍ଷାନୁଷ୍ଠାନମାନେ ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ୟୁଜିସି-ଡେବ ୱେବ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ଆଡମିଶନ ଡିଟେଲ୍ସ ଅପଲୋଡ୍ କରିବେ । ୟୁଜିସି (ଓଡିଏଲ ପ୍ରୋଗ୍ରାମ ଓ ଅନଲାଇନ ପ୍ରୋଗ୍ରାମ) ରେଗୁଲେସନ୍ସ, ୨୦୨୦ ଓ ଏହାର ସଂଶୋଧନ ଅଧିନରେ ଦାଖଲ ହୋଇଥିବା ଆପ୍ଲିକେସନଗୁଡ଼ିକୁ ଆଧାର କରି ଓଡିଏଲ ପ୍ରୋଗ୍ରାମ ଅଫର କରୁଥିବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ଏକ ଲିଷ୍ଟ ୟୁଜିସି ପ୍ରସ୍ତୁତ କରିଛି ।

ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ଅଫର କରାଯାଉଥିବା ଏହି କୋର୍ସଗୁଡ଼ିକ ନିୟାମକ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ସର୍ତ୍ତାବଳୀ ପୂରଣ କରୁଥିବା ଆବଶ୍ୟକ । ଏଥିସହିତ ଶିକ୍ଷା ବର୍ଷ ଓ ସିଟ୍ କୋର୍ଟ ନିୟମକୁ ନିଶ୍ଚିତ ଭାବେ ଫଲୋ କରୁଥିବା ଜରୁରୀ । ଶୈକ୍ଷିକ ମାନ ଓ ଗୁଣବତ୍ତା ଉପରେ ୟୁଜିସି ଗୁରୁତ୍ୱ ଦେଇଥାଏ । ଯେଉଁ ଛାତ୍ରଛାତ୍ରୀମାନେ ଡିଷ୍ଟାନ୍ସ ମୋଡ଼ରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ସେମାନେ ୟୁଜିସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଉପଲବ୍ଧ ପାଠ୍ୟକ୍ରମ ବିଷୟରେ ଜାଣିପାରିବେ । ପ୍ରାର୍ଥୀମାନେ ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା କୋର୍ସ ବିଷୟରେ ମଧ୍ୟ ଚେକ୍ କରିପାରିବେ ।

Get real time updates directly on you device, subscribe now.