fbpx

UGC-NET ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବଢ଼ିଲା: ମେ ୧୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ

Advertisement

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ୟୁଜିସି-ନେଟ ଜୁନ୍ ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ମେ ୧୯ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ୟୁଜିସି-ନେଟ ଆବେଦନ କରିନାହାନ୍ତି ସେମାନେ ନିମ୍ନରେ ପ୍ରଦତ୍ତ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ମେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପରୀକ୍ଷା ଫିସ୍ ଜମା କରିପାରିବେ । ମେ ୨୧ରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ୟୁଜିସି-ନେଟ ୨୦୨୪ ପଞ୍ଜିକରଣ ତାରିଖ ବୃଦ୍ଧି କରାଯାଇଥିଲା । ପ୍ରଥମେ ଜୁନ ୧୬ରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜୁନ୍ ୧୮ରେ ପରୀକ୍ଷା ହେବା ନେଇ ରିଶ୍ୟୁଡଲ କରାଯାଇଥିଲା । ପ୍ରଥମେ ଅନଲାଇନ୍ ଆପ୍ଲିକେସନ ସବମିସନର ଶେଷ ତାରିଖ ମେ ୧୦ ରହିଥିବା ବେଳେ ପରେ ତାହାକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ୱୀକୃତିପ୍ରାପ୍ତ ଯେ କୌଣସି ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠନୁଷ୍ଠାନରୁ ମାଷ୍ଟର ଡିଗ୍ରୀ କିମ୍ବା ସମତୂଲ୍ୟ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ୟୁଜିସି-ନେଟ୍ ପାଇଁ ଆବେଦନ କରିପାରବେ ।

ନୋଟିଫିକେସନ ଲିଙ୍କ: https://ugcnet.nta.ac.in/images/publicnoticeforextension-of-dates-for-ugc-net-june-2024ii.pdf

Get real time updates directly on you device, subscribe now.