fbpx

କାଲି ଯାଏଁ ବଢ଼ିଲା ୟୁଜିସି ନେଟ୍‌ ଆବେଦନର ଅବଧି, ଏପରି କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷଣ ସଂସ୍ଥା- ଏନ୍‍ଟିଏ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‍ ଡିସେମ୍ବର ପରୀକ୍ଷା ପାଇଁ ଆବେଦନର ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ଆବେଦନ ଫର୍ମରେ ପରିବର୍ତ୍ତନ ପାଇଁ ପରୀକ୍ଷାର୍ଥୀମାନେ ନଭେମ୍ବର ପହିଲାରୁ ଆବେଦନ କରିପାରିବେ । ଏଣୁ ଯେଉଁମାନେ ଏଯାବତ ଆବେଦନ କରିନାହାନ୍ତି ସେମାନେ ଆଧିକାରୀକ ଓ୍ବେବ୍‌ସାଇଟ୍‌ ugcnet.nta.nic.in ଯାଇ ତୁରନ୍ତ ତାହା କରିନିଅନ୍ତୁ।

ଏନ୍‌ଟିଏ ପକ୍ଷରୁ ଜାରି ନୋଟିସ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷା ଲାଗି ଆଶାୟୀ ଅକ୍ଟୋବର ୩୧ ୨୦୨୩ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାଛଡ଼ା ନଭେମ୍ବର ୧ରୁ ନଭେମ୍ବର ୩ ଯାଏ ଆପ୍ଲିକେସନରେ ପରିବର୍ତ୍ତନ କରିପାରିବେ। ପୂର୍ବରୁ ଏହି ତାରିଖ ଅକ୍ଟୋବର ୨୮ ଯାଏ ଥିଲା।

ୟୁଜିସି ନେଟ୍‌ ପରୀକ୍ଷାର ଆୟୋଜନ ଡିସେମ୍ବର ୬ରୁ ଡିସେମ୍ବର ୨୨ ଯାଏ ଅନଲାଇନ୍‌ ମୋଡରେ କରାଯିବ। ପରୀକ୍ଷା ସକାଳ ୯ରୁ ୧୨ଟା ଯାଏ ଏବଂ ଅପରାହ୍ନ ୩ରୁ ୫ଟା ଯାଏ ହେବ। ୟୁଜିସି ନେଟ୍‌ ପେପର୍‌-୧ରେ ମୋଟ ୧୦୦ ଅଙ୍କର ୫୦ ପ୍ରଶ୍ନ ପଚରା ଯାଇଥାଏ। ସେହିଭଳି ଦ୍ୱିତୀୟ ପେପରରେ ସମ୍ବନ୍ଧୀତ ବିଷୟରେ ୨୦୦ ଅଙ୍କର ୧୦୦ ଅବ୍‌ଜେକ୍ଟିଭ୍‌ ଟାଇପ୍‌ ପ୍ରଶ୍ନ ପଚରାଯାଇଥାଏ। ଉଭୟ ପେପର ଲାଗି ୩ ଘଣ୍ଟା ସମୟ ମିଳିବ।

କିଭଳି ଆବେଦନ କରିବେ?
-ୟୁଜିସି ନେଟର ଆଧିକାରିକ ଓ୍ବେବ୍‌ସାଇଟ୍‌ ugcnet.nta.nic.inକୁ ଯାଆନ୍ତୁ।
-ପରେ ୟୁଜିସି ନେଟ ଡିସେମ୍ବର ୨୦୨୩ ଆବେଦନ ଫର୍ମ ଲିଙ୍କରେ କ୍ଲିକ୍‌ କରନ୍ତୁ
-ଏହାପରେ ଆବଶ୍ୟକ ଅନୁଯାୟୀ ସମସ୍ତ ଡାଟା ଦିଅନ୍ତୁ।
-ପରେ ଫଟୋ ଏବଂ ହସ୍ତାକ୍ଷର ଅପ୍‌ଲୋଡ କରି ଆବଶ୍ୟକ ଟଙ୍କା ପୈଠ କରନ୍ତୁ।

Get real time updates directly on you device, subscribe now.