”ମୁଁ ଶୋଇଲା ପରେ ସ୍ୱାମୀ ମୋତେ ରେପ୍ କରୁଥିଲେ, ରାଗିଲେ ଗୋଇଠା ମାରି ଖଟରୁ ତଳକୁ ପେଲି ଦେଉଥିଲେ”

ଏମପି କହିଲେ କେମିତି ସ୍ୱାମୀ ରାତି ରମାମ୍ କରୁଥିଲେ ଶରୀରର ଶୋଷଣ । ପିଲା ପାଇଁ ବି ନ ଥିଲା ଟିକେ ମାତ୍ର ଆବେଗ ।

ଲଂଣ୍ଡନ: ବ୍ରିଟେନ ବରଟୋନର ଏମପି କଟେ ନିଭଟୋନ୍ ଗଣମାଧ୍ୟମକୁ କହିଛନ୍ତି, କେମିତି ସ୍ୱାମୀ ତାଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର ।

କଟେ ପୂର୍ବତନ ଏମପି ଆଣ୍ଡ୍ରେୟୁ ଗ୍ରିଫିଥ୍ସଙ୍କୁ ବିବାହ କରିଥିଲେ । ନିର୍ଯାତନା ସମ୍ପର୍କରେ କଟେ କହିଛନ୍ତି, ଆଣ୍ଡ୍ରେୟୁ ତାଙ୍କ ଶରୀରିକ ନିର୍ଯାତନା ଦେଉଥିଲେ । ମୋ କଥାକୁ ହୁଏତ କେହି ବିଶ୍ୱାସ କରିବ ନାହିଁ କିନ୍ତୁ, ଆଣ୍ଡ୍ରେୟୁଙ୍କ ନିର୍ଯ୍ୟାତନା ସହିବା ସହଜ ଆଦୌ ନ ଥିଲା ।

ମୁଁ ରାତିରେ ଶୋଇବା ପରେ ବାରମ୍ବାର ସେ ମୋର ରେପ୍ କରୁଥିଲେ । ଦିନେ ଦିନେ ରାଗିଗଲେ ଗୋଇଠା ମାରି ଖଟ ତଳକୁ ପେଲି ଦେବା ସହ ନବଜାତ ଶିଶୁ ଭୋକରେ କାନ୍ଦିଲେ, ତା’ ଉପରେ ମଧ୍ୟ ଆଣ୍ଡ୍ରେୟୁ ଚିଲାଉଥିଲେ ବୋଲି ବର୍ଟୋନ ଏମପି କହିଛନ୍ତି ।

୫ ବର୍ଷର ସଂସାରରେ ଆଣ୍ଡ୍ରେୟୁ କଟେଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଯେଉଁ ଯନ୍ତ୍ରଣା ଦେଇଛନ୍ତି ତାକୁ ପୂରା କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଥିବା କହିଛନ୍ତି ସାଂସଦ ।

ଆଣ୍ଡ୍ରେୟୁଙ୍କ ନୃସଂଶତା ଦିନକୁ ଦିନ ବଢ଼ିବା ପରେ କଟେ ତାଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଲେ । ୨୦୧୩ରେ ଉଭୟେ ବିବାହ କରିଥିବାବେଳେ ୨୦୧୮ରେ ସେମାନେ ଅଲଗା ହୋଇଯାଇଥିଲେ ।

କଟେଙ୍କ ଛଡ଼ା ଆଣ୍ଡ୍ରେୟୁଙ୍କ ବିରୋଧରେ ଅନ୍ୟ ମହିଳା ଅଧିକାରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ୩ ସପ୍ତାହରେ ୨ ମହିଳା ଏମପିଙ୍କୁ ଆଣ୍ଡ୍ରେୟୁ ୨ ହଜାର ଯୌନଲାଳସା ମେସେଜ୍ ପଠାଇଥିଲେ । ଯାହାପରେ ସେତେବେଳେର ସରକାର ଆଣ୍ଡ୍ରେୟୁଙ୍କୁ କରିଦେଇଥିଲେ ।

୨୦୨୧ରେ ଫ୍ୟାମିଲି କୋର୍ଟ ଜଜ୍ ଆଣ୍ଡ୍ରେୟୁଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ । ସମୟ ବିତିବା ସହ କଟେ ମଧ୍ୟ ତାଙ୍କ ଉପରେ ହୋଇଥିବା ନିର୍ଯାତନାକୁ ନିଜର ବଳ ବନେଇ ଆଜି ଜଣେ ଏମପି ଭାବେ ଲୋକଙ୍କ ସେବା କରୁଛନ୍ତି ।