fbpx

ଯୁଦ୍ଧର ପଞ୍ଚମ ଦିନରେ ତେୱର ଦେଖାଇଲା ୟୁକ୍ରେନ: ରୁଷ ସୈନ୍ୟବାହିନୀକୁ ଦେଖାଇଲା ମୃତ୍ୟୁର ଭୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ ରୁଷ ମୃତ୍ୟୁର ଧମକ ଦେଇଥିବା ଜଣାଯାଇଛି । ରୁଷ ସହିତ ଆଲୋଚନା ପୂର୍ବର ରାଷ୍ଟ୍ରପତି ଜେଲେନସ୍କି ନିଜ ତେୱର ଦେଖାଇଛନ୍ତି । ରୁଷକୁ ଯଥାଶୀଘ୍ର ସିଜଫାୟାର(ଅସ୍ତ୍ରବିରତୀ) ଘୋଷଣା କରିବା ପାଇଁ ଚେତାବନୀ ଦେଇଛନ୍ତି । ଦେଶଖୁ ସମ୍ବୋଧନ କରିବା ସମୟରେ ଏପରି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

Zelensky urges Ukrainians to resist as Russian forces battle for Kyiv | Financial Times

ସମ୍ବୋଧନରେ ୟୁକ୍ରେନ ରାଷ୍ଟ୍ରପତି ରୁଷକୁ ଦେଇଛନ୍ତି କଡା ଚେତାବନୀ । ଏମିତିକି ନିଜ ଦେଶକୁ ଫେରିଯିବା ପାଇଁ ସେ ରୁଷସେନାକୁ ଚେତାଇ ଦେଇଛନ୍ତି । ନଚେତ ପୁତିନ ସେନାର ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି । ୟୁକ୍ରେନର ସମସ୍ତ ନାଗରିକ ଜଣେ ଜଣେ ସୈନିକ ଯିଏ ଶେଷ ପର୍ଯ୍ୟନ୍ତ ରୁଷ ସେନା ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛନ୍ତି । କେବଳ ସାଧାରଣ ନାଗରିକ ନୁହେଁ ଦରକାର ପଡିଲେ ଦେଶର ସମସ୍ତ ବନ୍ଦୀ ଏବଂ କଏଦୀମାନଙ୍କୁ ମଧ୍ୟ ସେ ଯୁଦ୍ଧ ପାଇଁ ସଜାଗ କରିବେ ବୋଲି ପ୍ରକାଶ କରିଛନ୍ତି । ଏମାନଙ୍କୁ ରୁଷ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୁଯୋଗ ଦିଆଯିବ ।

Armed Forces of Ukraine has formed 33 new military combat units since start of war

ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଏହି ତେୱରରୁ ଜଣାପଡୁଛି, ସେ ରୁଷର ପ୍ରସ୍ତାବରେ ପ୍ରସ୍ତୁତ ନୁହନ୍ତି । ବରଂ ସନ୍ଧି କରିବା ପାଇଁ ରୁଷ ଉପରେ ଚାପ ପକାଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୟୁରୋପୀୟ ୟୁନିଅନର ସଦସ୍ୟତା ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ କିଛି ସମୟ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ଉଭୟ ଦେଶର ପ୍ରତିନିଧିମଣ୍ଡଳଙ୍କୁ ନେଇ ଏହି ଆଲୋଚନା କରାଯିବ । ତେବେ ଆଗାମୀ ୨୪ ଘଣ୍ଟା ଦେଶ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ।

୧୦ ମୁଖ୍ୟ କାରଣ:

୧- ଗୋଟିଏ ପଟେ ରୁଷ ଚୁକ୍ତି କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ ଏବଂ ରୁଷର ସୈନ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।
୨- ରୁଷ ରାଷ୍ଟ୍ରପତି ପୁତିନ ପ୍ରତିରକ୍ଷା ବାହିନୀର ପରମାଣୁ ବାହିନୀଙ୍କୁ ହାଇ ଆଲର୍ଟ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଆଲୋଚନାରେ ସହମତି ପ୍ରଦାନ କରିଛି ୟୁକ୍ରେନ । ସେପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ବନ୍ଦ ହୋଇଥିବାରୁ ଧମକ ଦେଉଛି ଆମେରିକା ।
୩- ବେଲାରସର ନେତା ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କ କଥା ଅନୁସାରେ ଏହାର ସୀମା ଚେର୍ନୋବାଇଲ ବହିଷ୍କାର ଜୋନ ନିକଟରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।
୪- ଆଜି ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ଜରୁରୀକାଳୀନ ଅଧିବେଶନ ଆୟୋଜନ କରିବ ମିଳିତ ଜାତିସଙ୍ଘ ।
୫- ୟୁକ୍ରେନ ସାଧାରଣ ଜନତାଙ୍କୁ ଢାଲ ଭାବରେ ବ୍ୟବହାର କରୁଥିବା ଦାବି କରୁଛି ଆମେରିକା । ୟୁକ୍ରେନ ପ୍ରତିରୋଧର ସମ୍ମୁଖୀନ ହେବା ପରେ ଲଜିଷ୍ଟି ଏବଂ ଯୋଗାଣ ସମସ୍ୟ ସହିତ ଶକ୍ତି ଗତି ହରାଇଛି ରୁଷ ସେନା ।
୬- ଦେଶର ଦ୍ୱିତୀୟ ବଡ ସହର ଖାର୍କିଭରୁ ରୁଷ ସୈନ୍ୟମାନଙ୍କୁ ହଟିବା ପାଇଁ ଦାବି କରିଛି ୟୁକ୍ରେନ । ସେପଟେ ରୁଷ ସେନା ଆକ୍ରମଣର ଗତି କମ କରିଛନ୍ତି ବୋଲି କହିଛନ୍ତି ୟୁକ୍ରେନ ସେନା ।
୭- ୧୦୨ ସାଧାରଣ ଜନତାଙ୍କ ସହ ୭ ଶିଶୁ ରୁଷ ସେନାର ଶିକାର ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ ଲୋକ ଏହି ଯୁଦ୍ଧରେ ପ୍ରଭାବିତ ହେଉଥିବା ବେଳେ ଅନେକ ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଇଛନ୍ତି ।
୮- ତେବେ ଅକ୍ରମଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହୋଇ ଯାଇଛି । ବର୍ଲିନର ବାଗଦାଦରୁ ଆରମ୍ଭ କରି କିଟୋ ପର୍ଯ୍ୟନ୍ତ ଏକତା ପଦଯାତ୍ରାରେ ଭାଗ ନେଇଛନ୍ତି । ତେବେ ଆକ୍ରମଣ ବିରୁଦ୍ଦରେ ୫୦୦୦ରୁ ଅଧିକ ଲୋକଭ୍କୁ ଗିରଫ କରାଯାଇଛି ।
୯- ୟୁରୋପୀୟ ୟୁନିଅନ ଦ୍ୱାରା ନୂତନ ପ୍ରତିବନ୍ଧକ ଘୋଷଣା କରାଯାଇଛି । ଏଥିସହ ୟୁକ୍ରେନକୁ ଆଗକୁ ଅଧିକ ସାମରିକ ସମର୍ଥନ ଯୋଗାଇ ଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
୧୦- ଆକ୍ରମଣ ବିରୁଦ୍ଧରେ କୋରସ ବଢିବା ସହିତ ଗୁଗଲ ଫେସବୁକକୁ ଅନୁସରଣ କରି ରୁଷର ରାଜ୍ୟ ଗଣମାଧ୍ୟମକୁ ଏହି ପ୍ଲାଟଫର୍ମରେ ଟଙ୍କା ପଠାଇବାକୁ ନିବୃତ୍ତ କରିଛି ।

Get real time updates directly on you device, subscribe now.