ନୂଆଦିଲ୍ଲୀ: ୟୁକ୍ରେନ ଉପରେ ପୁଣି ମିସାଇଲ ମାଡ କଲା ଋଷ । ଏକ ନୂଆ ମିସାଇଲ ମାଡ କରିଥିବା ଜଣାପଡିଛି । ତେବେ ୟୁକ୍ରେନ ଉପରେ ହାଇପର ସୋନିକ ବାଲାଷ୍ଟିକ ମିସାଇଲ ମାଡ କରିଥିବା ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ରୁଷିଆ ପକ୍ଷରୁ ପ୍ରଥମ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ବା ICBM ଆକ୍ରମଣ ନେଇ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କହିରଖୁଛୁ କି ଆଇସିବିଏମ ଏଭଳି ଏକ ଅସ୍ତ୍ର ଯାହା ପାରମ୍ପିରିକ ଯୁଦ୍ଧାସ୍ତ୍ର ସହ ପରମାଣୁ ଯୁଦ୍ଧାସ୍ତ୍ର ମଧ୍ୟ ବହନ କରିବାର କ୍ଷମତା ରଖିଥାଏ ।
ଖବର ଅନୁସାରେ, ଋଷ ୟୁକ୍ରେନର ଡନିପ୍ରୋ ସହର ଉପରେ ଏହି ଆକ୍ରମଣ କରିଛି । ଆଇସିବିଏମ୍ କ୍ଷେପଣାସ୍ତ୍ର ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଇଥାଏ । ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିସାଇଲକୁ ପରମାଣୁ ପରମାଣୁ ହତିଆରକୁ ବହନ କରିବା ପାଇଁ ଜିଡାଇନ କରାଯାଇଛି । ଆର୍ମସ୍ କଣ୍ଟ୍ରୋଲ୍ ଆସୋସିଏସନ୍ ଅନୁଯାୟୀ, କଠିନ ଇନ୍ଧନ RS-26 ର କ୍ଷମତା 5800 କିଲୋମିଟର ଅଟେ । କିନ୍ତୁ କେତେକ ଆଇସିବିଏମ୍ ର ସୀମା ନଅ ହଜାର କିଲୋମିଟରରୁ ଅଧିକ ହୋଇଥାଏ । ଆଇସିବିଏମ୍ ଗୁଡିକ ସିଲୋ କିମ୍ବା ମୋବାଇଲ୍ ଲଞ୍ଚ ଯାନରୁ ଲଞ୍ଚ କରାଯାଇଛି । କଠିନ ଇନ୍ଧନ ପ୍ରାପ୍ତ ଆଇସିବିଏମ୍ ଗୁଡିକ ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଉଥିବାବେଳେ ଅଳ୍ପ ସମୟ ମଧ୍ୟରେ ତରଳ ଇନ୍ଧନ ପ୍ରାପ୍ତ ଆଇସିବିଏମ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇପାରିବ । ତେବେ ଋଷର ଏହି କ୍ଷପଣାସ୍ତ୍ର ମାଡରେ ୟୁକ୍ରେନର କଣ କ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।