fbpx

ୟୁକ୍ରେନ ଯୁଦ୍ଧ; ଆମେରିକାକୁ ପରିଣାମ ଭୋଗିବାକୁ କାହିଁକି ଚେତାବନୀ ଦେଲା ଋଷ୍

ନୂଆଦିଲ୍ଲୀ: ସେଭାଷ୍ଟୋପୋଲରେ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଋଷ୍ ଆମେରିକାକୁ ଦାୟୀ କରିଛି । ଏହାର ପରିଣାମ ନେଇ ଆମେରିକାକୁ ଚେତାବନୀ ଦେଇଛି ଋଷ୍ । କ୍ରିମିଆ ଉପରକୁ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼ରେ ୨ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୧୫୦ ଜଣ ଆହତ ହୋଇଛନ୍ତି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ୍ ଆମେରିକାଠାରୁ ଏହି କ୍ଷେପଣାସ୍ତ୍ର ପାଇଥିଲା ଏବଂ ଏହାକୁ ଆମେରିକା ନିଜେ ପ୍ରୋଗ୍ରାମ୍ କରିଥିଲା ।

ସେପଟେ ରାଷ୍ଟ୍ରପତି ଭବନର ମୁଖପାତ୍ର ଏହି ଆକ୍ରମଣକୁ ଅସଭ୍ୟ ବୋଲି କହିବା ସହ ରୁଷୀୟ ପିଲାଙ୍କୁ ହତ୍ୟା କରିବା ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ନିକଟରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଗୁଡ଼ିକୁ ଟାର୍ଗେଟ୍ କରିବା କଥା କହିଥିଲେ । ନିକଟରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଋଷସୀମା ଭିତରେ ନିଜର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଗତ ଅଢ଼େଇ ବର୍ଷ ହେବ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି ।

Get real time updates directly on you device, subscribe now.