fbpx

ଅଲ୍‌ଟିମେଟ୍‌ ଖୋ ଖୋ ଟୁର୍ଣ୍ଣାମେଣ୍ଟ : ଷଷ୍ଠ ଟିମ୍‌ କିଣିଲେ ର‌୍ୟାପର ବାଦଶାହା ଏବଂ ବ୍ୟବସାୟୀ ପୁନିତ ବାଲାନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା, ଡେଭେଲପର ତଥା କ୍ରୀଡ଼ା ପ୍ରେମୀ ପୁନିତ ବାଲାନଙ୍କ ସହିତ ଅଲଟିମେଟ ଖୋ ଖୋ ଲିଗରେ ମୁମ୍ବାଇ – ‘ଫ୍ରଞ୍ଚାଇଜରେ ସହ-ମାଲିକ ଭାବେ ଯୋଗଦେଇଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ବାଦଶାହା । ଅଲଟିମେଟ ଖୋ ଖୋର ସ୍ୱାଗତ ସଂସ୍କରଣରେ ମୁମ୍ବାଇ-ସ୍ଥିତ ଟିମ ଲାଇନ ଅପ ଶେଷ କରିଥିବା ବେଳେ ଏହା ଚଳିତ ବର୍ଷ କାର୍ଯ୍ୟକାରୀ ହେବ ।

ଉତ୍ସାହୀ ବାଦଶାହା ତାଙ୍କର ପ୍ରଥମ ସ୍ପୋର୍ଟସ ଭେନଚର ସମ୍ପର୍କରେ କହିଛନ୍ତି ଯେ, “ମୋ ମା ନିଜର କଲେଜ ସମୟରେ ଖୋ ଖୋ ଖେଳୁଥିଲେ ଏବଂ ଏହି ଖେଳ ମୋ ହୃଦୟର ଖୁବ ନିକଟତର ଅଟେ । ଏହି ପୂର୍ବ ମଧୁର ସ୍ମୃତି ଏବଂ ବ୍ୟକ୍ତିଗତ ସଂଯୋଗ ମତେ ଅଲଟିମେଟ ଖୋ ଖୋର ଏକ ଅଂଶ ହେବା ପାଇଁ ଉତ୍ସାହିତ କରିଛି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସାଧାରଣଭାବେ, ମୁମ୍ବାଇର ସଂସ୍କୃତି ଖୁବ ତୀବ୍ର ଏବଂ କୁଶଳୀ ଅଟେ ଏବଂ ସେଥିପାଇଁ ଆମ୍ଭେମାନେ ଆଶା କରୁକି ଆମ ଟିମ ମଧ୍ୟ ସେହି ଅନୁରୂପ ହେବ। ଏହି ଲିଗରେ ଶ୍ରେଷ୍ଠ ଖେଳାଳିମାନଙ୍କୁ ସୃଷ୍ଟି କରିବା ଏବଂ ଖେଳାଳିମାନଙ୍କ ପାଇଁ ଆମ୍ଭେମାନେ ଶ୍ରେଷ୍ଠ ପରିବେଶ, ଭିତ୍ତିଭୂମି, ପ୍ରଶିକ୍ଷଣ ଏବଂ ପୋଷଣ ନିଶ୍ଚିନ୍ତ କରିବା ମୋର ଉଦେଶ୍ୟ ଅଟେ।

ସେହପରି ମୁମ୍ବାଇ ଫ୍ରାଂଚାଇଜର କୋ-ଓନର ବାଲାନ କହିଛନ୍ତି ଯେ, “ଆପଣ ଯଦି କେଉଁଥିରେ ଉନ୍ନତି ଚାହୁଁଛନ୍ତି ତେବେ ସଠିକ ପ୍ରୟାସ ଆବଶ୍ୟକ । ପୂର୍ବରୁ ସ୍ପୋର୍ଟସର ବିକାଶ ପାଇଁ ମୁଁ ଲିଗ ସହିତ ଜଡିତ ହୋଇଛି ଏବଂ ବର୍ତ୍ତମାନ ଅଲଟିମେଟ ଖୋ ଖୋ ସହିତ ଜଡିତ ହୋଇ ଖୋ ଖୋର ସ‘ଳ ଯାତ୍ରାରେ ସାମିଲ ହେବାକୁ ଯାଉଛି ।” ଏହି ପାରମ୍ପରିକ ଖେଳ ମୁମ୍ବାଇରୁ ଉତ୍ପତି ହୋଇଛି ଏବଂ ଭାରତୀୟ ଖୋ ଖୋ ସର୍କିଟରେ ଏହା ଏକ ଡୋମିନାଣ୍ଟ ଫୋର୍ସ ପ୍ରଦାନ କରି ।ରିଛି । ଅତି ବେଶିରେ ମହାରାଷ୍ଟ୍ରର ୩ଟି ଟିମ ଜାତୀୟ ଚାମ୍ପିୟନସିପରେ ପ୍ରତିଯୋଗିତା କରୁଥିବା ବେଳେ ଖେଲୋ ଇଣ୍ଡିଆ ୟୁଥ ଗେମରେ ବର୍ତମାନ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ଉଭୟ ପୁଅ ଏବଂ ଝିଅ ବିଭାଗ ଚାମ୍ପିୟନ ଅଛନ୍ତି । ଏହି ସମ୍ପର୍କରେ ଅଲଟିମେଟ ଖୋ ଖୋର ସିଇଓ, ଶ୍ରୀ ଜେନଞ୍ଜିଂ ନିୟୋଗି କହିଛନ୍ତି ଯେ, “ଷଷ୍ଠ ତମ ଫ୍ରାଞ୍ଚାଇଜରେ ବାଦଶାହା ଏବଂ ପୁନିତଙ୍କୁ କୋ-ଓନର ଭାବେ ସ୍ୱାଗତ କରିବା ପାଇଁ ଖୁବ ଉତ୍ସାହିତ ।ବିଭିନ୍ନ କର୍ପୋରେଟର ବୃହତ ସମର୍ଥନ ସହିତ ଓଡିଶା ସରକାରଙ୍କ ସମର୍ଥନ ଏବଂ ବର୍ତ୍ତମାନ ମନୋରଞ୍ଜନ କ୍ଷେତ୍ରର ଦୁଇ ଜଣ ଲୋକପ୍ରିୟ ନାମ ଜଡିତ ହେବା ଏହି ଲିଗରେ ଏହାର ସ୍ଥାନ ଏବଂ କ୍ଷମତାକୁ ଦର୍ଶାଉଛି ।

ମହାରାଷ୍ଟ୍ରରେ ଖୋ ଖୋର ଗଭୀର ସ୍ଥାନ ରହିଛି ଏବଂ ଟିମ ରାଜ୍ୟର କ୍ୟାପିଟାଲ୍ରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏହା ଏହି ଗେମର ଲୋକପ୍ରିୟତାକୁ ବୃଦ୍ଧି କରିପାରିବ ବୋଲି ଆଶା କରୁଛୁ ।” ଏହି ବିକାଶ ସହିତ ଅଲଟିମେଟ ଖୋ ଖୋ ଘରୋଇ କ୍ରୀଡ଼ାକୁ ନବୀକରଣ କରିବା ଉଦ୍ଦେଶ୍ୟରେ ଏକ ବିରାଟ ପଦକ୍ଷେପ ଅଟେ । ଏହି ଲିଗରେ ପୂର୍ବରୁ ବହୁ ଜଣାଶୁଣା କର୍ପୋରେଟ ନାମ ସହିତ ଓଡିଶା ସରକାରଙ୍କ ସହିତ ଆର୍ସେଲର ମିତଲ ନିନ୍ନ ଷ୍ଟିଲ, ଆଦାନୀ ଗ୍ରୁପ, ଜିଏମଆର ଗ୍ରୁପ, କ୍ୟାପ୍ରି ଗ୍ଲୋବାଲ ଏବଂ କେଏଲଓ ସ୍ପୋର୍ଟ ପ୍ରମୁଖ ସାମିଲ ହୋଇଛନ୍ତି। ଏହି ଲିଗ ସୋନି ନେଟୱର୍କ ଇଣ୍ଡିଆର (ଏସପିଏନଆଇ) ସ୍ପୋର୍ଟସ ଚ୍ୟାନେଲ ସୋନି ଟେନ ୧(ଏସଡି ଏବଂ ଏଚଡି), ସୋନି ଟେନ ୩(ଏସଡି ଏବଂ ଏଚଡି), ସୋନି ଟେନ୪ ଏବଂ ସୋନି ଲିଭରେ ହିନ୍ଦି, ଇଂରାଜୀ, ତାମିଲ, ତେଲୁଗୁ ଏବଂ ବିଭିନ୍ନ ଆଂଚଳିକଭାଷାରେ ପ୍ରସାରିତ ହେବ ।

Get real time updates directly on you device, subscribe now.