fbpx

Team India ବିପକ୍ଷରେ ୭ଟି Wrong Decission ଦେଲେ ଅମ୍ପାୟାର: DRS ବି କାମ ଦେଲାନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ପୁଣିଥରେ ମ୍ୟାଚକୁ କମବ୍ୟାକ କରିଛି ଟିମ ଇଣ୍ଡିଆ । ତେବେ ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଭାରୀ ପଡ଼ିଥିଲେ । ଯାହା ଫଳରେ ଇଂଲଣ୍ଡର ୩୫୩ ରନକୁ ପିଛା କରି ମାତ୍ର ୪୬ ରନ୍ ପଛରେ ରହି ଯାଇଥିଲା ଭାରତ । କିନ୍ତୁ ଏହି ଇନିଂସରେ ଅମ୍ପାୟାରଙ୍କ କିଛି ନିଷ୍ପତ୍ତି ଭାରତ ପାଇଁ କାଳ ପାଲଟିଛି । ପଡ଼ିଆରେ ଉପସ୍ଥିତ ୨ ଅଭିଜ୍ଞ ଅମ୍ପାୟାରଙ୍କ ୭ଟି ଭୁଲ ନିଷ୍ପତ୍ତି ଯୋଗୁଁ ଭାରତ ବ୍ୟାକଫୁଟରେ ପଡ଼ି ଯାଇଥିଲା । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ନିଜର ୭ଟି ୱିକେଟ ହରାଇଥିଲା । ଏମାନଙ୍କ ମଧ୍ୟରେ ୩ ଜଣ ବ୍ୟାଟର ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇଛନ୍ତି । ଏହାପରେ ତୃତୀୟ ଦିନରେ ମଧ୍ୟ ଭାରତ ବିପକ୍ଷରେ ମୋଟ ୪ଟି ଭୁଲ ନିଷ୍ପତ୍ତି ଦେଇଛନ୍ତି ଅନ୍ ଫିଲ୍ଡ ଅମ୍ପାୟାର । Umpire’s Call ଯୋଗୁଁ ସମସ୍ତ ନିଷ୍ପତ୍ତି ଭାରତ ବିପକ୍ଷରେ ରହିଛି । ଭାରତୀୟ ବ୍ୟାଟିଂର ତୃତୀୟ ଦିନରେ ଷ୍ଟାର ବ୍ୟାଟର ଶୁଭମନ ଗିଲ୍, ରଜତ ପାଟିଦାର ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଏଭଳି ଭୁଲ ନିଷ୍ପତ୍ତିର ଶିକାର ହୋଇ ପାଭିଲିୟନ୍ ଫେରିଥିଲେ । ଶୁଭମନ ଗିଲଙ୍କୁ ଅମ୍ପାୟାର ଏଲବିଡବ୍ଲୁ ଆଉଟ ଘୋଷଣା କରିଥିଲେ । କିନ୍ତୁ ରିପ୍ଲେରେ ଇମ୍ପାକ୍ଟ ଅମ୍ପାୟାର୍ସ କଲ୍ ଦେଖିବାକୁ ମିଳିଥିଲା । ଏହାପରେ ଅଶ୍ୱୀନ ଏବଂ ରଜତ ପାଟିଦାର ମଧ୍ୟ ଅମ୍ପାୟାର୍ସ କଲ ର ଶିକାର ହୋଇ ପାଭିଲିୟନ୍ ଫେରିଛନ୍ତି । ଚତୁର୍ଥ ଦିନରେ ମଧ୍ୟ ଅମ୍ପାୟାରଙ୍କ ଡିସିସନ୍ ପାଇଁ ଡେବ୍ୟୁ ଖେଳାଳି ଆକାଶଦୀପ ଅମ୍ପାୟାର୍ସ କଲରେ ଆଉଟ ହୋଇଛନ୍ତି ।

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ରଡ୍ ଟକ୍କର ଏବଂ ଶ୍ରୀଲଙ୍କାର କୁମାର ଧର୍ମସେନା ଅମ୍ପାୟାର ଭାବେ କେଳ ପରିଚାଳନା କରୁଛନ୍ତି । ତେବେ କେବଳ ବ୍ୟାଟିଂ ନୁହେଁ ବୋଲିଂ ସମୟରେ ମଧ୍ୟ ଅମ୍ପାୟାରଙ୍କ ଭୁଲ୍ ଡିସିସନ୍ ପାଇଁ ଫସିଛନ୍ତି ଭାରତୀୟ ଖେଳାଳି । ଇଂଲଣ୍ଡର ବ୍ୟାଟିଂ ସମୟରେ ମଧ୍ୟ ଅମ୍ପାୟାର ୩ଟି ଭୁଲ ନିଷ୍ପତ୍ତିର ଶିକାର ହୋଇଛନ୍ତି ଭାରତୀୟ ବୋଲର । ଇଂଲଣ୍ଡର ଓପନର ବେନ୍ ଡକେଟ ଅମ୍ପାୟାର୍ସ କଲ୍ ଯୋଗୁଁ ଜୀବନଦାନ ପାଇଥିବା ବେଳେ ଓଲି ପୋପ୍ ଏବଂ ଜନି ବେୟାରଷ୍ଟୋ ମଧ୍ୟ ଏହାର ଫାଇଦା ପାଇଛନ୍ତି । ତେବେ ଟିମ ଇଣ୍ଡିଆ ରିଭ୍ୟୁ ନେଇ ୱିକେଯ ପାଇବାରେ ସଫଳ ହୋଇଛି । କିନ୍ତୁ ରିଭ୍ୟୁ ସମୟରେ ମଧ୍ୟ ଅମ୍ପାୟାର୍ସ କଲ୍ ହୋଇଥିଲେ ,ହା ଭାରତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଥାନ୍ତା ।

ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ମଦ୍ୟ ଖରାପ ଅମ୍ପାୟାରିଂ ଯୋଗୁଁ ବର୍ତ୍ତମାନ ସୋସିଆଲ ମିଡିଆ ସରଗରମ ହୋଇଛି । ଉଭୟ ଅମ୍ପାୟାରଙ୍କୁ ନେଇ ଅନେକ ଟ୍ରୋଲ କରୁଛନ୍ତି ସୋସିଆଲ ମିଡିଆ ୟୁଜର । ଭାରତ ବିପକ୍ଷରେ ଗୋଟିଏ ମ୍ୟାଚରେ ୭ଟି ଭୁଲ ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି କ୍ରୀଡ଼ାପ୍ରେମୀ । ଫଳରେ ସୋସିଆଲ ମିଡିଆରେ ଅମ୍ପାୟାରଙ୍କୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି ।

Get real time updates directly on you device, subscribe now.