fbpx

ଦାଦାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ, ଜାଣନ୍ତୁ କ’ଣ ଥିଲା ମାମଲା

ଦେବଗଡ଼(ଓଡ଼ିଶା ଭାସ୍କର): ଦେବଗଡ଼ରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦାଦାର ଟାଙ୍ଗିଆ ଚୋଟରେ ଚାଲିଯାଇଛି ଝିଆରୀ ଜୀବନ । ୪ ବର୍ଷର ଝିଆରୀକୁ ଟାଙ୍ଗିଆରେ ହାଣି ହହ୍ୟା କରିଛି ଦାଦା । ଦେବଗଡ଼ ରିମାଆଳ ଥାନା କଂଶର ଫାଣ୍ଡି ହେଟଖମାର ଗାଁରେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି ।

ତେବେ ରିଆମାଳ ଥାନା ହେଟଖମାର ଗାଁରେ ୪ବର୍ଷର ଝିଆରୀକୁ ୨ଖଣ୍ଡ କରି ହାଣିଦେଲା ନିଜ କକା । ମୃତ ଶିଶୁକନ୍ୟା ସୁଶାନ୍ତ ଭଇଁସାଙ୍କ ୪ବର୍ଷର ଝିଅ । କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀ ନାଗାର୍ଜୁନ ଭଇଁସାକୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତ ଦାଦା ମାନସିକ ବିକୃତ ଥିବା ସୂଚନା ମିଳିଛି । ମୃତ ଦେହକୁ ଜବତ କରିବା ସହ ଘଟଣାର ପ୍ରାରମ୍ଭିକ ଛାନଭିନ୍ କରୁଛି ପୋଲିସ ।

Get real time updates directly on you device, subscribe now.