fbpx

ଦେଶରେ କମୁଛି ବେକାରୀ ହାର, ଘରୋଇ ସର୍ଭେ ସଂସ୍ଥା ପକ୍ଷରୁ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ବେକାରୀ ସଂଖ୍ୟା କମିବାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି । ତେବେ କ୍ରମାଗତ ଭବେ ଦେଶରେ ବେକାରୀ ସଂସ୍ଥା ବଢୁଥିବା ବେଳେ ଗତ ସେପ୍ଟେମ୍ବର ମାସରେ ଏହା ହ୍ରାସ ଘଟିବା ଦେଖିବାକୁ ମିଳିଛି । ବେକାରୀ ହାର ବର୍ଷକରେ ସର୍ବନିମ୍ନକୁ ଖସିଛି । ଏନେଇ ଏକ ଘରୋଇ ସର୍ଭେ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ମାସରେ ବେକାରୀ ୮.୧୦ ପ୍ରତିଶତ ଥିବା ବେଳେ ସେପ୍ଟେମ୍ବରରେ ଏହା ୭.୦୯ ପ୍ରତିଶତକୁ କମିଛି । ଗତ ବର୍ଷ ସେପ୍ଟେମ୍ବର ଠାରୁ ବିଚାରକୁ ନେଲେ ବର୍ଷକ ଭିତରେ ଏହା ସର୍ବନିମ୍ନ ହୋଇଛି । ଗ୍ରାମାଞ୍ଚଳରେ ମଧ୍ୟ ବେକାରୀ ୭.୧୧ ପ୍ରତିଶତରୁ ୬.୨୦ ପ୍ରତିଶତକୁ କମିଛି ।

୫ ବର୍ଷରେ ମୌସୁମୀ ବର୍ଷା ସବୁଠାରୁ କମ ଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ବେକାରୀ ସଂଖ୍ୟା ହ୍ରାସ ଘଟିଛି । ସେହିପରି ସହରାଞ୍ଚଳରେ ବେକାରୀ ସଂଖ୍ୟା ୧୦.୦୯ ପ୍ରତିଶତରୁ ୮.୯୪ ପ୍ରତିଶତକୁ କମିଛି । ପ୍ରଧାନମନ୍ତ୍ରୀ ମୋଦୀ ନିଯୁକ୍ତିକୁ ଗୁରୁତ୍ୱ ଦେଉଥିବାରୁ ବେକାରୀ ସଂଖ୍ୟା କମୁଥିବା ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.