fbpx

ଦୁନିଆଁରେ ଏମିତି ବି ଗଛ ଅଛି: ଫଳୁଛି ୪୦ ପ୍ରକାର ଫଳ, ଦାମ୍ ଲକ୍ଷ ଉପରେ

ସାଧାରଣତଃ ଗୋଟିଏ ଗଛ କେବଳ ଗୋଟିଏ ପ୍ରକାର ଫଳ ଦେଇଥାଏ । ମାତ୍ର ନିକଟରେ ଏମିତି ଗଛ ବିଷୟରେ ଖବର ମିଳିଛି, ଯେଉଁ ଗଛରେ ୪୦ ପ୍ରକାର ଫଳ ଫଳୁଛି । ଏକଥାଟି ସମସ୍ତଙ୍କୁ ଚକିତ କରିବା ସ୍ୱାଭାବିକ । ଏହିପରି ଏକ ଅଦ୍ଭୂତ ଗଛର ସନ୍ଧାନ ମିଳିଛି ଆମେରିକାରେ । ଜଣେ ଭିଜୁଆଲ ଆର୍ଟ୍ସ ପ୍ରଫେସର ଏପରି ଏକ ଅଦ୍ଭୂତ ଗଛ ପ୍ରସ୍ତୁତ କରିଛନ୍ତି । ଏହି ଗଛର ନାମ ହେଉଛି ‘ଟ୍ରି ଅଫ୍ ୪୦’ । ଏଥିରେ ଚେରି, ଅମୃତଭଣ୍ଡା ଆଦି ବିଭିନ୍ନ କିସମର ଫଳ ଫଳିଥାଏ । ଏହି ଗଛର ଦାମ୍ ହେଉଛି ୧୯ ଲକ୍ଷ ଟଙ୍କା ।

ସେରାକ୍ୟୁଜ ୟୁନିଭରସିଟିର ପ୍ରଫେସର ସେମ ବାନ ଏକେନ ଏହି ଗଛର ଜନକ ଅଟନ୍ତି । ୨୦୦୮ ମସିହାରୁ ସେ ଏହି ଗଛର ପ୍ରସ୍ତୁତିରେ ଲାଗିଥିଲେ । ସେ ନ୍ୟୁୟର୍କ କୃଷି ବିଭାଗରେ କାର୍ଯ୍ୟ କରିବା ସମୟରେ ଏକ ବଗିଚାରେ ଥିବା ୨୦୦ ପ୍ରକାର ବୃକ୍ଷ ବିଷୟରେ ଅବଗତ ହୋଇଥିଲେ । ସରକାର ଅର୍ଥାଭାବରୁ ଉକ୍ତ ବଗିଚାକୁ ବନ୍ଦ କରିଦେଇଥିଲେ । ଏହି ସମୟରେ ଏକେନ ବଗିଚାକୁ ଲିଜରେ ନେଇଥିଲେ । ପରେ ଗ୍ରାଫ୍ଟିଙ୍ଗ ଟେକନିକର ପ୍ରୟୋଗ କରି ସେ ‘ଟ୍ରି ଅଫ୍ ୪୦’କୁ ନିର୍ମାଣ କରିପାରିଥିଲେ । ଗ୍ରାଫ୍ଟିଙ୍ଗ ଟେକନିକ ସହାୟତାରେ ଶୀତଦିନେ ଏକ ଗଛର ଶାଖାକୁ କାଟି ଅନ୍ୟ ଏକ ଗଛରେ ଯୋଡ଼ି ଦିଆଯାଏ । ଏହାପରେ ଯୋଡ଼ା ଯାଇଥିବା ସ୍ଥାନରେ ପୋଷକ ତତ୍ତ୍ୱ ଦେଇ ବାନ୍ଧି ଦିଆଯାଏ । ଏହାପରେ ଶାଖାଟି ଧୀରେଧୀରେ ମୁଖ୍ୟ ଗଛରେ ଯୋଡ଼ି ହୋଇଯାଇଥାଏ । ପରବର୍ତ୍ତୀ ସମୟରେ ଉକ୍ତ ଶାଖାରେ ଫଳ ଓ ଫୁଲ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.