Budget 2025: ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରାଥମିକତା, ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ

Budget 2025: ଗରିବ, ଯୁବକ, କୃଷକ ଓ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦିଆଯିବ। ଉପକୃତ ହେବେ ୧.୭ କୋଟି କୃଷକ। ଟିକସ, ଶକ୍ତି ଓ ନଗର ଉନ୍ନୟନ ଉପରେ ଗୁରୁତ୍ବ।

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ। ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ।

ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି।

ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା। କୃଷି ଉତ୍ପାଦନ ବୃଦ୍ଧି ଉପରେ ରହିଛି ଗୁରୁତ୍ବ। ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସବୁ ପ୍ରମୁଖ ଅର୍ଥନୀତି ମଧ୍ୟରେ ଆମ ର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଗତ ୧୦ ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ୍ ରେକର୍ଡ ଏବଂ ଢାଞ୍ଚାଗତ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ସମୟରେ ଭାରତର ସାମର୍ଥ୍ୟ ଓ ସାମର୍ଥ୍ୟ ଉପରେ ବିଶ୍ୱାସ ବୃଦ୍ଧି ପାଇଛି।

ଆଗାମୀ ୫ ବର୍ଷକୁ ଆମେ ସମସ୍ତ କ୍ଷେତ୍ରରେ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ହାସଲ ଏବଂ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବାପାଇଁ ଏକ ଅନନ୍ୟ ସୁଯୋଗ ଭାବରେ ଦେଖୁଛୁ।

  • ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରାଥମିକତା
  • ଡାଲିରେ ଆତ୍ମନିର୍ଭରଶୀଳ ଅଭିଯାନ
  • ବିହାରରେ ମଖାନା ବୋର୍ଡ ଗଠନ
  • ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ଅର୍ଥନୀତି
  • ଟିକସ, ଶକ୍ତି ଓ ନଗର ଉନ୍ନୟନ ଉପରେ ଗୁରୁତ୍ବ
  • ଗରିବ, ଯୁବକ, କୃଷକ ଓ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦିଆଯିବ

    – ଭାରତର ପାରମ୍ପରିକ କପା ଶିଳ୍ପକୁ ପ୍ରୋତ୍ସାହନ
    – କପା ଉତ୍ପାଦନ ଉପରେ ୫ ବର୍ଷିଆ ସରକାରୀ ଫୋକସ
    – ପ୍ରଧାନମନ୍ତ୍ରୀ ଧନ୍ୟ ଧନ ଯୋଜନା ଆଣିବେ। ୧୦୦ ଟି ଜିଲ୍ଲା ଉପକୃତ ହେବ
    – କପା ଉତ୍ପାଦନ ଓ ମାର୍କେଟିଂ ଉପରେ ଗୁରୁତ୍ବ
    – କିଷାନ କ୍ରେଡିଟ୍ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି
    – ଏମଏସଏମଇ ପାଇଁ ଋଣ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି
    – ଦୁଗ୍ଧ ଓ ମତ୍ସ୍ୟ ଚାଷ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ
    – ଆସାମର ନାମରୂପରେ ଏକ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯିବ
    – ଷ୍ଟାର୍ଟଅପ୍ ପାଇଁ ୧୦ ହଜାର କୋଟି ର ପାଣ୍ଠି
    – ଲୋଦର ସ୍କିମରେ ୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ
    – ଭାରତକୁ ଖେଳନା ହବ୍ ରେ ପରିଣତ କରାଯିବ
    – ଖେଳନା ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରାଯିବ