fbpx

ଓଡ଼ିଶାର ୩୯୩୩ ଗାଁକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ୍

ନୂଆଦିଲ୍ଲୀ: ଅପହଞ୍ଚ ଇଲାକାରେ ପହଞ୍ଚିବ ଇଣ୍ଟରନେଟ ସେବା । ଏନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅନୁଯାୟୀ ଓଡ଼ିଶା ସହ ଦେଶର ପାଞ୍ଚ ରାଜ୍ୟ ଆନ୍ଧ୍ର୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ୭,୨୮୭ ଗାଁରେ ପହଞ୍ଚିବ ଇଣ୍ଟରନେଟ୍ ।

ଏନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶା ସହ ୫ ରାଜ୍ୟର ୭୨୮୭ ଗାଁରେ ହେବ ହାଇସ୍ପିଡ୍ ଇଣ୍ଟରନେଟ୍ । ୟୁଏସଓଏଫ ଯୋଜନାରେ ଏନେଇ ୬୪୬୬ କୋଟି ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ । ଫଳରେ ଅପହଞ୍ଚ ଜିଲ୍ଲାମାନଙ୍କରେ ୪ଜି ଇଣ୍ଟରନେଟ୍ ସେବା । ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲାରେ ହେବ ହାଇସ୍ପିଡ ୪ଜି ସେବା ।

 

Get real time updates directly on you device, subscribe now.