fbpx

ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ: NMAର ଚିଠି NOC ନୁହେଁ, ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ବିବାଦ ଜାରି ରହିଛି । ତେବେ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଏହାକୁ ନେଇ ଲଢ଼େଇ ଲାଗିଥିବା ବେଳେ ହାଇକୋର୍ଟ ଏହି ପ୍ରସଙ୍ଗରେ ରାୟ ପ୍ରଦାନ କରିଥିଲେ । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ନିଷିଦ୍ଧାଞ୍ଚଳରେ କେବଳ ଭକ୍ତମାନଙ୍କ ପାଇଁ ଡ୍ରେନ, ଶୌଚାଳୟ, ବିଦ୍ୟୁତ, ପାଣିର ସୁବିଧା କରାଯିବ । ଅନ୍ୟ କୌଣସି ବଡ଼ ଧରଣର ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ । ସୂଚନାଯୋଗ୍ୟ ଯେ, ଲୋକସଭାରେ ଶୂନ୍ୟକାଳରେ ବିଜେପି ସାଂସଦ ଅପରାଜିତା ଓ ବିଜେଡି ସାଂସଦ ପିନାକୀ ମିଶ୍ର ମୁହାଁମୁହିଁ ହୋଇଥିଲେ ।

ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବେଆଇନ ଦର୍ଶାଇ ତାହାକୁ ବନ୍ଦ କରିବାକୁ ଅପରାଜିତା ଦାବି କରିଥିଲେ । ସେହିପରି ଅପରାଜିତାଙ୍କ ଅଭିଯୋଗକୁ ଅସତ୍ୟ ବୋଲି କହିବା ସହ ରାଜ୍ୟ ସରକାର ବେଆଇନକୁ ପ୍ରଶ୍ରୟ ଦିଅନ୍ତି ନାହିଁ ବୋଲି ପିନାକୀ କହିଥିଲେ । ତେବେ ବିଜେଡି-ବିଜେପିଙ୍କ ମଧ୍ୟରେ ଚାଲିଥିବା ବାକବିତଣ୍ଡା ପାଇଁ ଗୃହରେ ସ୍ଥିତି ସରଗରମ୍ ରହିଥିଲା ।

Get real time updates directly on you device, subscribe now.