fbpx
BSKY SKY
BSKY SKY

GDSଙ୍କ ପାଇଁ ୩ଟି ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସରକାର: ଉପକୃତ ହେବେ ୨.୫୬ ଲକ୍ଷ କର୍ମଚାରୀ

BSKY

ନୂଆଦିଲ୍ଲୀ: ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜିଡିଏସଙ୍କ ପାଇଁ ୩ଟି ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହା ଫଳରେ ୨.୫୬ ଲକ୍ଷ ଜିଡିଏସ ଉପକୃତ ହେବେ । ଜିଡିଏସଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଓ ସେବାରେ ସ୍ଥାଣୁତା ଦୂର କରିବା ପାଇଁ କେନ୍ଦ୍ର ସରକାର ଏହି ଆର୍ଥିକ ପଦୋନ୍ନତି ଯୋଜନା ଲଞ୍ଚ କରିଛନ୍ତି ।

ଜିଡିଏସଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ୧୨, ୨୪ ଓ ୩୬ ବର୍ଷର ଚାକିରି ସମାପ୍ତ ହେବା ପରେ ପ୍ରତ୍ୟେକ ଜିଡିଏସଙ୍କୁ ଯଥାକ୍ରମେ ୪୩୨୦, ୫୫୨୦ ଓ ୭୨୦୦ ଟଙ୍କାର ତିନୋଟି ଆର୍ଥିକ ପଦୋନ୍ନତି ସୁବିଧା ମିଳିବ । ‘ସମୟ ଆଧାରିତ ନିରନ୍ତରତା ଭତ୍ତା (ଟିଆରସିଏ)’ ଆକାରରେ ଜିଡିଏସଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅତିରିକ୍ତ ମିଳିବ । ଜିଡିଏସର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଦ୍ୱାରା ୨.୫୬ ଲକ୍ଷରୁ ଅଧିକ ଜିଡିଏସ ଉପକୃତ ହେବେ ।

Get real time updates directly on you device, subscribe now.