fbpx

ଜଣଙ୍କୁ ୧୮ ବର୍ଷ ହୋଇଗଲେ ତାଙ୍କର ନାମ ଅଟୋମେଟିକ୍ ଭୋଟର ଲିଷ୍ଟରେ ଯୋଡ଼ି ହୋଇଯିବ: କେନ୍ଦ୍ର ସରକାର ଲାଗୁ କରିବେ ନୂଆ ଯୋଜନା

ନୂଆଦିଲ୍ଲୀ: ଜନଗଣନାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ ଆଣିବାକୁ ଯୋଜନା କରୁଛନ୍ତି । ସେଥିରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସହିତ ଭୋଟର ଲିଷ୍ଟ ଯୋଡ଼ିବା ନେଇ ବ୍ୟବସ୍ଥା ରହିବ । ରେଜିଷ୍ଟ୍ରର ଜେନେରାଲ ଓ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଜଗଣନା ଭବନ ଉଦଘାଟନ କରିବା ଅବସରରେ ଶାହ ଏହି ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ ୧୯୬୯ରେ ସଂଶୋଧନ କରିବାକୁ ଚାହୁଁଛନ୍ତି । ଆଗାମୀ ଦିନରେ ଜନଗଣନା ଦେଶର ବିକାଶର ମୁଖ୍ୟ ଆଧାର ପାଲଟିବ । ଡିଜିଟାଲ ଜନଗଣନାର ତଥ୍ୟ ଅନେକ ଫାଇଦା ପ୍ରଦାନ କରିବ । ଗରିବରୁ ଅତି ଗରିବମାନେ ଯେପରି ବିକାଶର ଲାଭ ପାଇ ପାରିବେ ସେନେଇ ଯୋଜନା ପ୍ରସ୍ତୁତ କରାଯିବ । ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଏକ ସ୍ୱତନ୍ତ୍ର ପ୍ରଣାଳୀରେ ସଂରକ୍ଷିତ କରି ରଖାଯିବ । ଏହାଫଳରେ ଦେଶରେ ସାମୂହିକ ଯୋଜନା ପ୍ରଣୟନ କରିବା ସହଜସାଧ୍ୟ ହୋଇ ପାରିବ ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଜନତାଙ୍କୁ ବେଶ୍ ସୁଫଳ ମିଳିପାରିବ । ଜଣଙ୍କୁ ୧୮ ବର୍ଷ ବୟସ ହୋଇଗଲା ପରେ ତାଙ୍କର ନାମ ଭୋଟର ଲିଷ୍ଟରେ ଆପେଆପେ ଯୋଡ଼ି ହୋଇଯିବ । ସେହିପରି ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ତେବେ ତାଙ୍କର ପ୍ରମାଣପତ୍ର ବାହାରିବା ସହିତ ତାଙ୍କର ଡାଟା ଆପେଆପେ ନିର୍ବାଚନ ଆୟୋଗଙ୍କ ନିକଟକୁ ଚାଲିଯିବ । ଏହାପରେ ଆୟୋଗଙ୍କ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ନାମ ଭୋଟର ଲିଷ୍ଟରୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହି ନୂଆ ବ୍ୟବସ୍ଥା ଫଳରେ ଡ୍ରାଇଭିଂ ଲାଇସେନ୍ସ ଓ ପାସପୋର୍ଟ ଜାରି ଠାରୁ ଆରମ୍ଭ କରି ଅନ୍ୟ ସରକାରୀ ଯୋଜନାର ଫାଇଦା ମିଳିବା ଅଧିକ ସହଜ ହୋଇପାରିବ ।

Get real time updates directly on you device, subscribe now.