fbpx
BJD SKY
BJD SKY

ଭୁବନେଶ୍ୱରରେ ୪ ଓଡ଼ିଆ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ଧର୍ମେନ୍ଦ୍ର

BJD

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବାନିତ୍ୱ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭୁବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ସୁପୁତ୍ର ଏବଂ ଝିଅମାନେ ଟୋକିଓ ଅଲମ୍ପିକ୍ସର ହକି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ସମଗ୍ର ଭାରତବର୍ଷକୁ ଗୌରବ କରିଛନ୍ତି । ସେମାନଙ୍କର ଉତ୍କର୍ଷତାର ଯାତ୍ରା ଅନେକଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ ।

 

Get real time updates directly on you device, subscribe now.