fbpx

ପିଲାଙ୍କ ପାଇଁ ଖୁବ୍‌ଶୀଘ୍ର ଆସିବ କରୋନା ଟିକା, ପରୀକ୍ଷଣ ପାଇଁ ଅନୁମତି ଲୋଡିଲା ଜନସନ୍‌ ଆଣ୍ଡ ଜନସନ୍

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ ଶୀଘ୍ର କରୋନା ଟିକା ନେଇ ପାଇବେ ବୋଲି ଆଶା କରାଯାଉଛି । ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି । କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ ।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି ପିଲାଙ୍କ ପାଇଁ ବିକଶିତ ହୋଇଥିବା କରୋନା ଟିକା କୋଭାକ୍ସିନ ଆସନ୍ତା ମାସ ସୁଦ୍ଧା ବଜାରକୁ ଆସିପାରେ । କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ପୂର୍ବରୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ ବି ସମାନ କଥା କହିଥିଲେ । ଯଦି ସବୁକିଛି ଠିକ ରହେ ତେବେ ସେପ୍ଟେମ୍ବର ମାସରେ ପିଲାଙ୍କ ପାଇଁ କରୋନା ଟିକା ଆସିପାରେ । ଏହାସହ ନାକରେ ଦେବାରେ ଥିବା ଟିକା ଜେନୋବା ବି ଖୁବଶୀଘ୍ର ଆସିପାରେ ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ବାୟରୋଲୋଜିର ନିର୍ଦ୍ଦେଶକ ଡ. ପ୍ରିୟା ଆବ୍ରାହମ କହିଛନ୍ତି ।

ଅନ୍ୟପଟେ ଭାରତରେ ଖୁବଶୀଘ୍ର ଆଉ ଏକ ଏକ ଦେଶୀ କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ୱାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍‌-ଡିକୁ ଭାରୀତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ବିଶେଷଜ୍ଞ କମିଟି (ସବଜେକ୍ଟ ଏକ୍ସପର୍ଟ କମିଟି) ସବୁ ସବୁଜ ସଂକେତ ପ୍ରଦାନ କରିଛି । ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍‌ କାର୍ଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା ।

Get real time updates directly on you device, subscribe now.