fbpx

ଜିମ୍‌ ଯାଇ ୱର୍କଆଉଟ୍‌ କରିବାକୁ ପସନ୍ଦ କରୁନାହାଁନ୍ତି ‘ଦେଶୀ ଗାର୍ଲ’

ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ନିଜ ଆକ୍ଟିଂ ସହ ଫିଟ୍‌ନେସ୍‌ ଓ ଷ୍ଟାଇଲ୍‌କୁ ନେଇ ବେଶ୍‌ ପ୍ରସିଦ୍ଧ । ସେ ସର୍ବଦା ନିଜର ଷ୍ଟନିଂ ଫିଗରକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ପିଗରକୁ ମେଣ୍ଟେନ୍‌ କରିବା ପାଇଁ ଜିମ୍‌ ଯାଇ ଝାଳ ବୁହାନ୍ତି । ଅନେକ ପରିଶ୍ରମ ମଧ୍ୟ କରନ୍ତି । ତେବେ ପିସି ତଥା ପ୍ରିୟଙ୍କାଙ୍କୁ ଏସବୁ ପସନ୍ଦ ନୁହଁ । ସେ ଜିମ୍‌ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ପ୍ରିୟଙ୍କାଙ୍କୁ ଜିମ୍‌ ଯାଇ ୱର୍କଆଉଟ୍‌ କରିବା ଜମାରୁ ଭଲ ଲାଗେନି । କିନ୍ତୁ ସେ ନିଜ ଡାଇଟ୍‌କୁ ନେଇ ପୂରା ଧ୍ୟାନ ରଖନ୍ତି । ଏଥିପାଇଁ ତ କଡା ଡାଇଟ୍‌ ପ୍ଲାନ୍‌ ଯୋଗୁଁ ଆକର୍ଷଣୀୟ ଫିଗର କରିପାରିଛନ୍ତି ଦେଶୀ ଗାର୍ଲ ।

ମିଡିଆ ରିପୋର୍ଟ ମୁତାବକ, ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଷ୍ଟନିଂ ଲୁକ୍‌ର ପଛର କାରଣ ରହିଛି ତାଙ୍କ ୱର୍କଆଉଟ ଓ ଡାଇଟ୍‌ ପ୍ଲାନ୍‌ । ନିଜଙ୍କୁ ଫିଟ୍‌ ରଖିବା ପାଇଁ ସେ ପ୍ରତି ୨ ଘଣ୍ଟାରେ ପଇଡ ପାଣି ପିଅନ୍ତି । ତାଙ୍କୁ ଚକୋଲେଟ୍‌ ଓ କେକ୍‌ ଖାଇବା ଭାରି ପସନ୍ଦ । ନିଜର ସେପ୍‌ ବଜାୟ ରଖିବା ପାଇଁ ପ୍ରିୟଙ୍କା ସପ୍ତାହରେ ୪ ଦିନ ୱର୍କଆଉଟ୍‌ କରନ୍ତି । ଯୋଗ, ପ୍ରାଣାୟାମ, ୱେଟ୍‌ ଟ୍ରେନିଂ ଏବଂ କାର୍ଡିଓ କରନ୍ତି ପିସି । ଏହା ବ୍ୟତୀତ ପ୍ରିୟଙ୍କା ନିଜ ଡାଇଟ୍‌ରେ ସବୁଜ ପନିରିବା ଏବଂ ଫଳ ସାମିଲ କରିବା ଜମାରୁ ଭୁଲନ୍ତି ନାହିଁ । ସେ ନିଜ ଜଳଖିଆରେ ଦୁଇଟି ଅଣ୍ଡା ଖାଇବା ସହ ଏକ ଗ୍ଲାସ କ୍ଷୀର ପିଅନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.