fbpx

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ମାଆ ମାଧବୀ ରାଜେଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନେତାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଦୁଃଖ ଖବର । କେନ୍ଦ୍ରମନ୍ତ୍ରୀ ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କର ପରଲୋକ ଘଟିଛି ।

ସୂଚନା ମୁତାବକ, କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କର ମାଆ ମାଧବୀ ରାଜେ ସିନ୍ଧିଆ ଆଉ ନାହାନ୍ତି । ଗତ ୩ ମାସ ହେଲା ଦିଲ୍ଲୀ ଏମ୍ସରେ ମାଧବୀଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କୁ କିଛିଦିନ ହେଲା ଏମ୍ସର ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ଆଜି ସକାଳ ୯.୨୮ ସମୟରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ନିମୋନିଆ ସହିତ ସୋପ୍ସିସ ରୋଗରେ ପୀଡ଼ିତ ରହିଥିଲେ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଠିକ୍ ପୂର୍ବରୁ ମାଆଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସିନ୍ଧିଆ ପରିବାରର ରାଜମାତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମାଧବୀ ରାଜେଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ମଧ୍ୟପ୍ରଦେଶର ଗ୍ୱାଲିୟରକୁ ଅଣାଯିବ । ଏହି ଖବର ପାଇଁ ବହୁ ରାଜନେତା, ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.