fbpx

‘ଭାରତ ମାତା କି ଜୟ’ ନ କହିବାରୁ କ୍ରୋଧିତ ହେଲେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ

ନୂଆଦିଲ୍ଲୀ: ଭାରତ କ’ଣ କେବଳ ମୋର ମାଆ ନା ଆପଣଙ୍କର ବି ମାତା ?…..ଏଥିରେ କୌଣସି ସନ୍ଦେହ ଅଛି ? କେରଳରେ ଏକ ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଏପରି କିଛି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖୀ ।

ସୂଚନାରୁ ପ୍ରକାଶ ଶନିବାର କେରଳର କୋଜେିକୋଡ଼ରେ ଦକ୍ଷିଣପନ୍ଥୀ ସଂଗଠନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖୀ ଯୋଗ ଦେଇଥିଲେ । ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ସେଠାରେ ଉପସ୍ଥିତ ଜନତାଙ୍କୁ ‘ଭାରତ ମାତ କି ଜୟ’ ସ୍ଲୋଗାନ ନାରା ଲଗାଇବା ପାଇଁ ନିବେଦନ କରିଥିଲେ । କିନ୍ତୁ କିଛି ଲୋକମାନେ ଏହା କରିନଥିଲେ । ଏହି କାରଣରୁ ମୀନାକ୍ଷୀ କ୍ଷୁବ୍ଧ ହେବା ସହ କ୍ରୋଧିତ ହୋଇଥିଲେ । ସେ ଜନସାଧାରଣଙ୍କୁ ପ୍ରଶ୍ନ କରିଥଲେ ଯେ ଭାରତ କ’ଣ କେବଳ ମୋର ମାତା ? ଆପଣଙ୍କ ମାତା ନୁହନ୍ତି ? ମୋତେ କୁହନ୍ତୁ…କ’ଣ ଏଥିରେ କୌଣସି ସନ୍ଦେହ ଅଛି ? ତେବେ ଏଭଳି ମନୋଭାବ କ’ଣ ପାଇଁ ? ଏମିତିକି ସେଠାରେ ଉପସ୍ଥିତ ଜଣେ ମହିଳା ଯିଏ କି ଏହି ସ୍ଲୋଗାନ କହି ନଥିଲେ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳ ଛାଡ଼ି ଚାଲିଯିବା ପାଇଁ କହିଥିଲେ । ଯିଏ ଦେଶ ପାଇଁ ଗର୍ବିତ ନୁହନ୍ତି । ଭାରତ ବିଷୟରେ କହିବା ପାଇଁ ଯାହାକୁ ଲଜ୍ଜ୍ୟା ଅନୁଭବ ହେଉଛି ସେମାନଙ୍କୁ ଯୁବ ସମ୍ମିଳନୀର ଅଂଶବିଶେଷ ହେବା ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.