fbpx

ଉଦ୍ଧବ ଠାକେରଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଲେ କେନ୍ଦ୍ରମନ୍ତ୍ରୀ, ଗିରଫ କରିବାକୁ ନିର୍ଦ୍ଦେଶ ଦେଲା ପୋଲିସ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ଯାହାକୁ ନେଇ ଏବେ ରାଜନୀତି ତୀବ୍ର ହେବାରେ ଲାଗିଛି ଓ ଶିବସେନା ଆକ୍ରମଣାତ୍ମକ ହୋଇପଡିଛି । ଏହା ସହିତ ନାସିକରେ ନାରାୟଣ ରାଣେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନାସିକ ପୋଲିସ ଗିରଫ ପାଇଁ ଆଦେଶ ଦେବା ସହ ୱାରେଣ୍ଟି ଜାରି କରିଛି ।

ତେବେ ନାରାୟଣ ରାଣେ ଉଦ୍ଧବ ଠାକେରଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ଓ କହିଥିଲେ ଯେ, ଯଦି ସେ ସେଠାରେ ଥାଆନ୍ତେ ତାହେଲେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଚାପୁଡ଼ା ମାରିଥାନ୍ତେ । କାରଣ ଅଗଷ୍ଟ ୧୫ରେ ନାଗରିକଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତାରେ ବର୍ଷକୁ ଭୁଲି ଯାଇଥିଲେ । ସେ କହିଥିଲେ, ‘ଏହା ଲଜ୍ଜାଜନକ ବିଷୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଧୀନତାରବର୍ଷ ଜଣାନାହିଁ । ଭାଷଣ ଦେବା ସମୟରେ ସେ ସ୍ୱାଧୀନତାର ବର୍ଷ ଜାଣିବା ପାଇଁ ପଛକୁ ଅନାଇଥିଲେ । ଯଦି ମୁଁ ସେଠାରେ ଥାନ୍ତି, ତାହାଲେ ଜୋରଦାର୍ ଚାପୁଡ଼ା ମାରିଥାନ୍ତି ।’ କେନ୍ଦ୍ରମନ୍ତ୍ରୀ ଏଭଳି ବିବଦୀୟ ବୟାନ ପରେ ରାଜନୀତି ସରଗରମ ହେବାରେ ଲାଗିଛି ।

Get real time updates directly on you device, subscribe now.