ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ, ଚୋର କେବେ କ’ଣ ଚୋରି ଧରିପାରିବ ?
କ'ଣ ଚୋର କେବେ ନିଜ ଚୋରିର ତଦନ୍ତ କରିପାରିବ?
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲାଣି। ଆଉ ଭାରତର ଆକ୍ସନ ଦେଖି ପାକିସ୍ତାନ ମଧ୍ୟ ଭୟ କରିଗଲାଣି। ସେଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ ଏହି ଆତଙ୍କୀ ଆକ୍ରମଣର ନିରପେକ୍ଷ ତଦନ୍ତ ହେଉ। ମୁଁ ଏହାକୁ ସହଯୋଗ କରିବି।
ଆଉ ତାଙ୍କର ଏହି ବୟାନ ପରେ ତାଙ୍କୁ ସବୁଆଡୁ କଟାକ୍ଷ କରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନିରପେକ୍ଷ ତଦନ୍ତ ପ୍ରସ୍ତାବକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର।
ତାଙ୍କ କହିବା କଥା ଚୋର କେବେଠୁ ଚୋରକୁ ଧରିଲାଣି। ଚୋର କ’ଣ ଚୋର ଧରିବ? କ’ଣ ଚୋର କେବେ ନିଜ ଚୋରିର ତଦନ୍ତ କରିପାରିବ ବୋଲି ପଚାରିଛନ୍ତି ମଜୁମଦାର। ଭୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏପରି କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ମଜୁମଦାର।
ତାଙ୍କ କହିବା କଥା ଭାରତ ପ୍ରତି ପାକିସ୍ତାନର ଏପରି ଭୟ ରହିବା ଭଲ। କେବଳ ମଜୁମଦାର ନୁହଁନ୍ତି ପାକ୍ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଓମାର ଅବଦୁଲ୍ଲା।