fbpx
BSKY SKY
BSKY SKY

ଆନ୍ଦୋଳନରତ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

BSKY

ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଯେଉଁଥିରେ ଦୁଇ ଚାଷୀଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷୀମପୁର ଖେରିଠାରେ ।

ଘଟଣା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୈତୃକ ଗ୍ରାମ ଟିକୁନିଆରେ ଚାଷୀମାନେ କେନ୍ଦ୍ରର ତିନିଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ଉକ୍ତ ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେବାରେ କାର୍ଯ୍ୟକ୍ରମ ରହିଥିଲା । ଚାଷୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ଦେଖିବାଇର ଯୋଜନା ଥିଲା ।

ଆଶିଷ ମିଶ୍ର ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱଗାତ କରିବାକୁ ଯିବାବେଳେ ମଧ୍ୟ ସେମାନେ ତାଙ୍କୁ କଳାପତକା ଦେଖାଇଥିଲେ । ଅଭିଯୋଗ ହୋଇଛି ସେହି ସମୟରେ ଆଶିଷ ତାଙ୍କ ଉପରକୁ ଗାଡ଼ି ଚଢ଼ାଇଦେଇଥିଲେ ଏବଂ ଦୁଇ ଚାଷୀଙ୍କର ମୃତ୍ୟୁ ହୋଇଥିଲା । ଭାରତୀୟ କିଶାନ ୟୁନିୟନ ଦାବି କରିଛି ଯେ ଦୁଇ ନୁହେଁ ତିନି ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି ।

ତେବେ ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ ଉତ୍ତ୍ୟକ୍ତ ଲୋକେ ଘଟଣା ସ୍ଥଳରେ ଆଶିଷ ମିଶ୍ରଙ୍କ ଗାଡ଼ି ସହ ତିନିଟି ଗାଡ଼ି ପୋଡ଼ିଦେଇଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଏଡିଜି ପ୍ରଶାନ୍ତ କୁମାରକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିକେୟୁ ମୁଖ୍ୟ ରାକେଶ ଟିକାୟତ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଘଟଣାରେ ଦୁଖଃ ପକାଶ କରିବା ସହ ମନ୍ତ୍ରୀଙ୍କ ପୁଅ ଦ୍ୱାରା ଘଟିଥିବା ଏହି ଘଟଣାକୁ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.