fbpx

ଅଭିନବ ବିରୋଧ ପ୍ରଦର୍ଶନ; ସନାତନ ଧର୍ମକୁ ଡେଙ୍ଗୁ କହିଥିବା ଷ୍ଟାଲିନଙ୍କୁ ପାଦରେ ଦଳି ଈଶ୍ୱରଙ୍କ ଦର୍ଶନରେ ଯାଉଛନ୍ତି ଶ୍ରଦ୍ଧାଳୁ

ଇନ୍ଦୋର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଓ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ସାଧାରଣ ଜନତାଙ୍କ ସ୍ତରରେ ମଧ୍ୟ ଏହାର ଘୋର ବିରୋଧ କରାଯାଇଛି । ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି ।

ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଏହାକୁ ନେଇ ଏକ ଭିନ୍ନ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି । ଏଠାରେ ଲୋକମାନେ ମନ୍ଦିରର ସିଡିରେ ଉଦୟନିଧିଙ୍କ ଫଟୋ କୁ ଲଗାଇ ଦେଇଛନ୍ତି । ମନ୍ଦିରକୁ ଆସୁଥିବା ଭକ୍ତମାନେ ତାହା ଉପରେ ଚଢି ମନ୍ଦିରକୁ ଯାଉଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ କିଛିଦିନ ତଳେ ଉଦୟନିଧି ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ମ୍ୟାଲେରିଆ ସହ ତୁଳନା କରିଥିଲେ । ସେ କହିଥିଲେ ସନାତନ ଧର୍ମକୁ କେବଳ ବିରୋଧ ନୁହେଁ ପୁରା ସମାପ୍ତ କରିଦେବା ଉଚିତ । ଏହାପରଠାରୁ ସାରା ଦେଶରେ ଉଦୟନିଧିଙ୍କୁ ଘୋର ବିରୋଧ କରାଯାଉଛି ।

ହିନ୍ଦୁ ଜାଗରଣ ମଞ୍ଚର ଦ୍ୱାରକା ଜିଲ୍ଲାର କାର୍ଯ୍ୟକର୍ତ୍ତା ନିଜ ଅଞ୍ଚଳରେ ଥିବା ଏକ ମନ୍ଦିର ସିଡିରେ ଉଦୟନିଧି ଷ୍ଟାଲିନଙ୍କର ଏକ ଫଟୋ ଲଗାଇଦେଇଛନ୍ତି । ମନ୍ଦିରକୁ ଆସୁଥିବା ଭକ୍ତମାନେ ପ୍ରଥମେ ଉଦୟନିଧିଙ୍କ ଫଟୋ ଉପରେ ପାଦ ରଖି ନିଜ ପାଦକୁ ସଫା କରିବା ପରେ ଯାଇ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଯାଉଛନ୍ତି । ବିରୋଧର ଏହି ଅଭିନବ ତରିକା ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.