fbpx

ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଗୃହରେ ୪ ଦିନ ବିତର୍କ ପରେ ବାଚନିକ ଭୋଟରେ ବିଲ୍ ପାରିତ ହୋଇଛି । ଏଣିକି ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷକୁ ବୃଦ୍ଧି କରାଯାଇଛି । ସମାନ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ଭିସିଙ୍କ ବଦଳି ହେବନି ।

ଅନ୍ୟପଟେ ଏହାକୁ କଳା ଆଇନ୍ ଓ କଳା ଦିବସ ବୋଲି କହିଛନ୍ତି ନରସିଂହ ମିଶ୍ର । ଆଲୋଚନାରେ ଭାଗ ନେଲେନି ବିଜେପି ବିଧାୟକ ।

Get real time updates directly on you device, subscribe now.