fbpx

ଅଲିମ୍ପିକରେ ଜାମାଇକାର ଖେଳାଳିଙ୍କୁ ଗୋଲ୍ଡ ମେଡାଲ କେମିତି ଜିତାଇଲେ ଅଜଣା ଯୁବତୀ?

ନୂଆଦିଲ୍ଲୀ: ହାଁସଲେ ପାର୍ଚମେଣ୍ଟ ହେଉଛନ୍ତି ଜାମାଇକାର ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ । ଆଉ ଏବେ ସେ ଟୋକିଓ ଅଲିମ୍ପିକରେ ୧୧୦ ମିଟର ହର୍ଡଲ ରେସରେ ଗୋଲ୍ଡ ମେଡାଲ ଜିତିଛନ୍ତି । କିନ୍ତୁ ଟୋକିଓରେ ଯଦି ଜଣେ ଅଜଣା ମହିଳା ତାଙ୍କୁ ମିଳିନଥାନ୍ତେ ତା’ହେଲେ ମେଡାଲ କ’ଣ ସେ ସେମିଫାଇନାଲ ରେସରେ ବି ଖେଳିପାରିନଥାନ୍ତେ । ସେହି ମହିଳାଙ୍କ ନାମ ହେଉଛି ଟ୍ରିଜାନା ।

ଏହି ପୁରା ଘଟଣାକୁ ହାଁସଲେ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ସେୟାର କରିଛନ୍ତି । ଏହା ସହ କହିଛନ୍ତି ଜାପାନର ଲୋକ ସବୁଠାରୁ ଭଲ । ଭିଡିଓରେ ସେ କହିଛନ୍ତି ଯେ ସେ ସେମିଫାଇନାଲ ଦିନ ଭୁଲ ବସରେ ଚଢ଼ିଯାଇଥିଲେ, ହେଡଫୋନ ଲଗାଇବା କାରଣରୁ ବସରେ ଥିବା ଲୋକେ କ’ଣ କଥା ହେଉଥିଲେ ତାହା ମଧ୍ୟ ସେ ଶୁଣିପାରିନଥିଲେ । କିନ୍ତୁ କିଛି ସମୟ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଭୁଲ୍ ବସରେ ଚଢ଼ିଯାଇଛନ୍ତି, ଏବଂ ଭୁଲରେ ସେ ୱାଟର ସ୍ପୋର୍ଟ୍ସ ଭେନ୍ୟୁରେ ପହଞ୍ଚିଯାଇଛନ୍ତି । ଏବେ ସେଠାରୁ ରେସ ଭେନ୍ୟୂ ପର୍ଯ୍ୟନ୍ତ ଯିବାକୁ ହେଲେ ତାଙ୍କୁ ପ୍ରଥମେ ଅଲିମ୍ପିକ ଭିଲେଜକୁ ଯାଇ ସେଠାରୁ ଅନ୍ୟ ଷ୍ଟାଡିୟମକୁ ଯିବାକୁ ପଡ଼ିଥାନ୍ତା । ଯେଉଁଥିରେ ଅଧିକ ସମୟ ଲାଗିଥାନ୍ତା । ତାଙ୍କୁ ପାଖରେ ପଇସା ମଧ୍ୟ ନଥିଲା । ସେ କହିଥିଲେ ଯେ ତାଙ୍କୁ ସେମିଫାଇନାଲରେ ଯଥାଶୀଘ୍ର ପହଞ୍ଚିବାର ଥିଲା, ସେ ଭଡ଼ାରେ କାର ମଧ୍ୟ ନେବାକୁ ଚାହୁଥିଲେ କିନ୍ତୁ ନେଇପାରିନଥିଲେ । ଠିକ ସେତିକିବେଳେ ଜଣେ ମହିଳା ଭଲ୍ୟୁଣ୍ଟିୟର ମିଳିଥିଲେ ଯିଏକି ତାଙ୍କୁ ପଇସା ଉଦ୍ଧାର ଦେଇଥିଲେ ଏହା ପରେ ସେ କ୍ୟାବରେ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ ସେମିଫାଇନାଲରେ ଭାଗ ନେଇଥିଲେ ।

ସେମିଫାଇନାଲରେ ଦୌଡ଼ିବା ପରେ ଫାଇନାଲକୁ କ୍ୱାଲିଫାଏ କରିଥିଲେ ଏବଂ ଫାଇନାଲରେ ଗୋଲ୍ଡ ମେଡାଲ ଜିତିଥିଲେ । ଏହା ପରେ ସେ ଟ୍ରାଜାନଙ୍କୁ ଖୋଜିଥିଲେ । ଏବଂ ତାଙ୍କୁ ଦେଖାହୋଇ କହିଥିଲେ “ଆପଣଙ୍କ ବିନା ଏହା ସମ୍ଭବ ହୋଇନଥାନ୍ତା” । ହାଁସଲେ ତାଙ୍କୁୁ ଏକ ଟିସାର୍ଟ ଗିଫ୍ଟ ମଧ୍ୟ ଦେଇଥିଲେ ଏବଂ ତାଙ୍କୁ ତାଙ୍କ ପଇସା ମଧ୍ୟ ଫେରାଇଥିଲେ ।

ହାଁସଲେଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ପ୍ରାୟ ସାଢ଼େ ଛଅ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଲୋକ ତଥା ଅନେକ ଖେଳାଳି ମଧ୍ୟ ତାଙ୍କର ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି । ଅନେକ ଟ୍ରିଜାନାଙ୍କୁ ତାଙ୍କ ସାହଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି । ଟ୍ରିଜାନା ହାଁସଲେଙ୍କ ତରଫରୁ ଗିଫ୍ଟ କରାଯାଇଥିବା ଟିସାର୍ଟ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହ ଲେଖିଛନ୍ତି ଏହା ହାଁସଲେଙ୍କ ତରଫରୁ ଏକ ଗିଫ୍ଟ । ଧନ୍ୟବାଦ ମୋ ପାଇଁ ଏଭଳି ଭଲକଥା କହିଥିବାରୁ ।

ହାଁସଲେ ସମୟରେ ଷ୍ଟାଡିୟମ ପହଞ୍ଚିଥିଲେ, ଏବଂ ଗୋଲ୍ଡ ମେଡାଲ ମଧ୍ୟ ଜିତିଥିଲେ । ତାଙ୍କର ଏହି ବିଜୟକୁ ଏଥିପାଇ ଖାସ୍ କୁହାଯାଉଛି କାରଣ ସେ ୱାର୍ଲ୍ଡ ଚାମ୍ପିୟନ ଗ୍ରାଣ୍ଟ ହୋଲୋବେଙ୍କୁ ହରାଇଥିଲେ । ଜିତିବା ପରେ ହାଁସଲେ ସେହି ଭଲ୍ୟୁଣ୍ଟିୟରଙ୍କୁ ଖୋଜିଥିଲେ ଏବଂ ତାଙ୍କୁ ମେଡାଲ ଦେଖାଇ ଧନ୍ୟବାଦ ଦେଇଥିଲେ  । ଏହା ସହ ହାଁସଲେ ତାଙ୍କର ପଇସା ମଧ୍ୟ ଫେରାଇଥିଲେ ଏବଂ ତାଙ୍କୁ ଏକ ଟି-ସାର୍ଟ ଉପହାର ମଧ୍ୟ ଦେଇଥିଲେ ।

 

Get real time updates directly on you device, subscribe now.