fbpx
BSKY SKY
BSKY SKY

୧୧ ବର୍ଷୀୟା ଛାତ୍ରୀ ହେଲେ ବିଶ୍ୱର ଶ୍ରେଷ୍ଠ ବୁଦ୍ଧିମତୀ, ଚମକୁଛି ଦକ୍ଷତା

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଛାତ୍ରୀ ନତାଶା ପେରୀ । ବୟସ ମାତ୍ର ୧୧ବର୍ଷ । ତେବେ ନିଜର ବିଚକ୍ଷଣ ପ୍ରତିଭା ବଳରେ ସେ ପାଲଟି ଯାଇଛନ୍ତି ବିଶ୍ୱର ସବୁଠାରୁ ବ୍ରାଇଟେଷ୍ଟ୍ ଷ୍ଟୁଡେଣ୍ଟ । ଅର୍ଥାତ୍ ସମଗ୍ର ବିଶ୍ୱରେ ତାଙ୍କର ଦକ୍ଷତା ଓ ତୀକ୍ଷ୍ଣ ବୁଦ୍ଧିମତା ସବୁଠୁ ଶୀର୍ଷରେ ରହିଛି ।

ସ୍କୋଲାଷ୍ଟିକ୍ ଆସେସମେଣ୍ଟ୍ ଟେଷ୍ଟ୍ (ସାଟ୍) ଏବଂ ଆମେରିକାନ୍ କଲେଜ୍ ଟେଷ୍ଟିଂ (ଆକ୍ଟ) ଦ୍ୱାରା କରାଯାଇଥିବା ଏଣ୍ଟ୍ରାନ୍ସ ପରୀକ୍ଷା ଫଳାଫଳ ଅନୁସାରେ ନତାଶାଙ୍କ ଏଭଳି ବିଶେଷ ପ୍ରତିଭା ରହିଥିବା ଜଣାପଡ଼ିଛି । ଆମେରିକାରେ କଲେଜ ଆଡମିସନ୍ ପାଇଁ ଏଭଳି ଏଣ୍ଟ୍ରାନ୍ସ ପରୀକ୍ଷା କରାଯାଇଥିଲା । ୨୦୨୧ ଗ୍ରୀଷ୍ମକାଳୀନ ଅନୁଷ୍ଠିତ ଉକ୍ତ ପରୀକ୍ଷାରେ ନତାଶା ଅଂଶଗ୍ରହଣ କରିଥିଲେ । Johns Hopkins Center for Talented Youth Talent (CTY) Search ପକ୍ଷରୁ ହୋଇଥିବା ଉକ୍ତ ପରୀକ୍ଷାରେ ୮୪ ଦେଶର ପ୍ରାୟ ୧୯ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତେବେ ଏଥିରେ ବିଚକ୍ଷଣ ଦକ୍ଷତା ପ୍ରତିପାଦିତ କରିପାରିଥିଲେ ନତାଶା । ୯୦ ପ୍ରତିଶତରୁ ଅଧିକ ସ୍କୋର୍ ହାସଲ କରି ନତାଶା Johns Hopkins CTY “High Honors Awards” (ଆୟୋଜକ ସଂସ୍ଥାର ସର୍ବୋଚ୍ଚ ସମ୍ମାନ) ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମ୍ପ୍ରତି ଗ୍ରେଡ୍ -୫ରେ ଅଧ୍ୟୟନ କରୁଥିବା ନତାଶା ଉକ୍ତ ପ୍ରତିଯୋଗିତାରେ ଗ୍ରେଡ୍-୮ ଲେଭେଲ୍ ପରଫମାନ୍ସ ଦେଖାଇଥିଲେ ।

ନିଉ ଜର୍ସି ସ୍ଥିତ ଥେଲମା ଏଲ୍ ସାଣ୍ଡମେଇଣ୍ ଏଲିମେଣ୍ଟାରି ସ୍କୁଲ୍ରେ ନତାଶା ଗ୍ରେଡ୍ ୫ରେ ପଢୁଛନ୍ତି । ତେବେ ଏଭଳି ପ୍ରଶଂସା ଓ ସମ୍ମାନ ମୋତେ ଆଗକୁ ବଢ଼ିବାକୁ ଏବଂ ଅଧିକ କିଛି କରିବାକୁ ପ୍ରେରଣା ଯୋଗାଇବ ବୋଲି ନତାଶା କହିଛନ୍ତି । ଅନ୍ୟପକ୍ଷରେ ସିଟିୱାଇ ପକ୍ଷରୁ ବିଶ୍ୱର ସୁଦକ୍ଷ ସମ୍ପନ୍ନ ବିଦ୍ୟାର୍ଥୀଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ଆଡଭାନ୍ସ କମ୍ପିଟିଟେସନ୍ କରାଯାଇଥାଏ ।

Get real time updates directly on you device, subscribe now.