fbpx
BSKY
BJD MC SKY
BJD YOUTH SKY

ଅଜଣା ଭାଇରସ୍ କବଳରେ ବିଲେଇ, ବଞ୍ଚିବା ହାର ପ୍ରାୟ ୧ ପ୍ରତିଶତ

ଭୁବନେଶ୍ୱର: ଅଧିକାଂଶ ଲୋକମାନଙ୍କୁ ବିଲେଇ ପସନ୍ଦ । କିଛି ଲୋକ ବିଲେଇକୁ ପୋଷା ଭାବେ ମଧ୍ୟ ରଖିଥାନ୍ତି । କିନ୍ତୁ ଆଜିକାଲି ରାଜଧାନୀର ଗଳିକନ୍ଦିରେ କି ରାସ୍ତାଘାଟରେ ଆଉ ପୂର୍ବଭଳି ବିଲେଇ ଦେଖାଯାଉ ନାହାନ୍ତି । ବର୍ତ୍ତମାନ ବିଲେଇ ଜୀବନକୁ ବପଦ ସାଜିଛି ଏକ ମାରାତ୍ମକ ଭାଇରସ । ସେ ଭାଇରସ ସଂସ୍ପର୍ଶରେ ଆସିବା ମାତ୍ରେ ୩ ଦିନ ମଧ୍ୟରେ ବିଲେଇର ଜୀବନ ଚାଲିଯାଉଛି । ସେ ପୋଷା ହେଉ ଅବା ବୁଲା ବିଲେଇ କହାରିକୁ ଏଥିରୁ ନିସ୍ତାର ନାହିଁ ।

ଶୀତ ଦିନେ ଏହି ଭାଇରସ୍ କ୍ଷୀପ୍ର ଗତିରେ ବିଲେଇକୁ ଆକ୍ରାନ୍ତ କରିଥାଏ । ତେବେ ଭାଇରସ ଆକ୍ରାନ୍ତ ବିଲେଇର ଲାଳ, ମଳମୂତ୍ର ଓ ରକ୍ତ ସଂସ୍ପର୍ଶରେ ଅନ୍ୟ ବିଲେଇ ଆସିବା ମାତ୍ରେ ତାକୁ ଡ଼େଇଁଥାଏ । ବିଶେଷ କରି ଅଳ୍ପ ବୟସ୍କ ବିଲେଇମାନଙ୍କ ଶରୀରରେ ଏହା ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ବିଲେଇ ବଞ୍ଚିବା ହାର ପ୍ରାୟ ୧ ପ୍ରତିଶତ । ଯଦି ସୌଭାଗ୍ୟ ବଶତଃ କୌଣସି ବିଲେଇ ବଞ୍ଚି ଯାଏ ତେବେ ଶରୀରରେ ଭାଇରସ ବସା ବାନ୍ଧି ରହିଥାଏ ଏବଂ ୨-୩ ବର୍ଷ ମଧ୍ୟରେ ସେ ବିଲେଇ ମରିବାଟା ଥୟ । ପୋଷା ବିଲେଇଙ୍କୁ ବାହାରକୁ ଛାଡ଼ୁଥିଲେ ଏହି ରୋଗରେ ଆକ୍ରାନ୍ତ ହେବାର ଭୟ ରହିଛି ।

ଏହି ଭୟଙ୍କର ଭାଇରସରେ ବିଲେଇ ଆକ୍ରାନ୍ତ ହେଲେ ପ୍ରଥମ ଦିନ ବିଲେଇର ଦେହରେ ପ୍ରବଳ ତାତି ଆସିଥାଏ ଓ ସେ ଖାଇବା ପିଇବା ଛାଡ଼ି ଦିଏ । ଦ୍ୱିତୀୟ ଦିନରେ ପାଣି ଭଳି ପ୍ରବଳ ଝାଡ଼ା ହୋଇଥାଏ ଏବଂ ତୃତୀୟ ଦିନରେ ମଳଦ୍ୱାର ପଟେ ଶରୀରରୁ ରକ୍ତ ମାଂସ ପାଣି ଭଳି ନିଗିଡ଼ି ଯାଇଥାଏ । ଶେଷରେ ବିଲେଇଟି ଛଟପଟ ହୋଇ ମରିଯିବା ଥୟ । ଏହି ଭାଇରସରେ ଆକ୍ରାନ୍ତ ବିଲେଇକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ସାଲାଇନ ଓ ଆଣ୍ଟିବାୟୋଟିକ ଦେଲେ ମଧ୍ୟ ବଞ୍ଚୁନାହାନ୍ତି ।
ତେବେ ବିଲେଇର ବଂଶ ନିପାତ କରୁଥିବା ଏହି ମାରାତ୍ମକ ରୋଗ ସମ୍ପର୍କରେ ବିଶେଷଜ୍ଞମାନେ ନାନା ମତ ଦେଇଛନ୍ତି । କେତେଜଣଙ୍କ କହିବା କଥା ଯେ କେଉଁ ଭାଇରସରେ ବିଲେଇ ଆକ୍ରାନ୍ତ ହୋଇ ଏପରି ମରୁଛନ୍ତି ତାହାର ପରୀକ୍ଷାନିରୀକ୍ଷା ଆବଶ୍ୟକ । ମୃତ ବିଲେଇ ଶରୀରରୁ ନମୁନା ସଂଗ୍ରହ କରି ଲ୍ୟାବରେ ପରୀକ୍ଷା କଲେ ରୋଗର କାରଣ ଜଣାପଡ଼ିବ । ଆଉ କେତେ ଜଣଙ୍କ ମତରେ ଏହା ଏକ ବିଦେଶଗତ ଭାଇରସ୍ । ପ୍ରାୟ ୧୦-୧୫ ବର୍ଷ ହେବା ଏହା ଭାରତକୁ ଆସିଛି । ଏହାକୁ ପାନ୍ ଲ୍ୟୁକୋମିଆ ଭାଇରସ୍ କୁହାଯାଏ । ଆକ୍ରାନ୍ତ ବିଲେଇର ଲକ୍ଷଣରୁ ଏହା ଜଣାପଡ଼ିଛି । ତେବେ ବିଲେଇ ବଂଶକୁ ରକ୍ଷା କରିବା ପାଇଁ ଟିକାକରଣ ଏକ ମାତ୍ର ଉପାୟ । ଏହା ବଜାରରେ ଉପଲବ୍ଧ କିନ୍ତୁ ଅଧିକ ମୂଲ୍ୟ କାରଣରୁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି ।

Get real time updates directly on you device, subscribe now.