fbpx

କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲା: ଆତଙ୍କବାଦୀ ବିଲାଲ ଅହମଦକୁ ଏନକାଉଣ୍ଟର କଲେ CRPF ଯବାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କର ନିପାତ ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ବିଗତ ୧ ବର୍ଷ ମଧ୍ୟରେ ସୈନିକ, ପ୍ରବାସୀ ଶ୍ରମିକ ଏବଂ କାଶ୍ମୀର ପଣ୍ଡିତମାନଙ୍କର ହତ୍ୟା ପଛରେ ସାମିଲ ଥିବା ଲସ୍କର-ଏ-ତୈୟବାର ଆତଙ୍କବାଦୀ ବିଲାଲ ଅହମଦକୁ ଶୁକ୍ରବାର ଦିନ କାଶ୍ମୀରର ଶୋପିୟାଁ ଜିଲ୍ଲାରେ ନିପାତ କରାଯାଇଛି । ଶୋପିୟାଁ ଜିଲ୍ଲାର ଚୋଟିଗ୍ରାମ ଅଞ୍ଚଳରେ ସେନା ଦ୍ୱାରା କରଯାଇଥିବା ଏକ ସର୍ଚ୍ଚ ଅପରେଶନ ସମୟରେ ସେନା ଏବଂ ସିଆରପିଏଫ ପୁଲିସ ଉପରକୁ ଗୁଳିବର୍ଷା ହେବା ପରେ ଏହି ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ତେବେ ଏଥିରେ ଆତଙ୍କବାଦୀ ବିଲାଲର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ତେବେ ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଏହା ପରେ ମୃତଦେହକୁ ଜବତ କରାଯାଇଥିଲା । ତେବେ ମୃତଦେହ ସହିତ ଅନେକ ବିସ୍ଫୋରକ ଏବଂ ଅସ୍ତ୍ର-ଶସ୍ତ୍ର ମଧ୍ୟ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି । ତେବେ ଏହା ମଧ୍ୟରେ ଏକ ଏ.କେ.-୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ ଗତ ବ ର୍ଷ ବିଲାଲ ଘାଟିରେ ଅନେକ ଲୋକଙ୍କ ଉପରେ ଆକ୍ରମଣ କରିଛି । ଏପରିକି କୁଲଗାମର ସୁଦସନ ଅଞ୍ଚଳରେ ଜଣେ ଯବାନଙ୍କ ହତ୍ୟାରେ ମଧ୍ୟ ସେ ସାମିଲ ଥିବା ପୁଲିସ କହିଛି ।

ଏହା ସହିତ ବିଲାଲ ଉପରେ ଶୋପିୟାଁରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଗ୍ରେନେଡ଼ ମାଡ଼ କରି ହତ୍ୟା କରିଥିବାର ଅଭିଯୋଗ ମଧ୍ୟ ରହିଥିଲା । ଏପରିକି କାଶ୍ମୀରରେ ଜଣେ ପଣ୍ଡିତଙ୍କୁ ମଧ୍ୟ ହତ୍ୟା କରିଥିବାର ଅଭିଯୋଗ ବିଲାଲ ନାଁରେ ରହିଛି । ଏହା ସହିତ ଅନ୍ୟାନ୍ୟ ବିଭିନ୍ନ ହତ୍ୟାରେ ମଧ୍ୟ ବିଲାଲ ସାମିଳ ଥିବା ଜଣାପଡ଼ିଛି ।

ବିଲାଲ ସେଠାକାର ଯୁବକମାନଙ୍କୁ ମଧ୍ୟ ଏହି ରାସ୍ତାରେ ଚାଲିବା ପାଇଁ ବାଧ୍ୟ କରୁଥିଲା ।ଏପରିକି ସେମାନଙ୍କୁ ଏଥିପାଇଁ ଅର୍ଥ ଲୋଭ ଦେଇଥିବା ମଧ୍ୟ ପୁଲିସ କହିଛି । ତେବେ ଯେପର୍ଯ୍ୟନ୍ତ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିପଦ ମୁକ୍ତ ନହୋଇଛି ଏବଂ ଯେପର୍ଯ୍ୟନ୍ତ କୌଣସି ସମ୍ଭାବ୍ୟ ବିସ୍ଫୋଟକ ସମ୍ପୂର୍ଣ୍ଣ ରୂପେ ଏଠାରୁ ବାହାର କରାନେଇ ନଯାଇଛି ସେ ପର୍ଯ୍ୟନ୍ତ ଗ୍ରାମ ବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ସୁରକ୍ଷାକର୍ମୀ ।

Get real time updates directly on you device, subscribe now.