fbpx
BSKY SKY
BSKY SKY

BIG BREAKING.. ହାଇଟେକ୍‌ ଟ୍ରାଜେଡି; ପୁଅକୁ ଜାଣିଶୁଣି ମାରିଦେଇଥିବା କହିଲେ ଦିଲୀପଙ୍କ ମା’

‘ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା’

BSKY

ଭୁବନେଶ୍ୱର: ‘ ମୋ ପୁଅକୁ ମାରିଦେଲେ ଦିଲୀପଙ୍କ ମା’ । ପୁଅକୁ ଜାଣିଶୁଣି ମାରିଦେଇଥିବା କହିଲେ ଦିଲୀପଙ୍କ ମା’ । ‘ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି’ । ‘ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା’ । ‘୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ’ । ‘୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ’ । ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଦିଲୀପଙ୍କ ମାଆ ।

ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଦୀଲିପଙ୍କ ମୃତ୍ୟୁ ହୋଇଛି । ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା। ପରିବାର ଲୋକଙ୍କୁ ମୃତ୍ୟୁ ନେଇ ଅବଗତ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ମୃତ ଦେହ ପଠାଇବ ପୋଲିସ ।

ଏସିରେ ଗ୍ୟାସ୍‌ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ ୪ଜଣ। ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ୍ ସିଲିଣ୍ଡର ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ଗୁରୁତର ଆହତ ହୋଇପଡିଲେ ।

Get real time updates directly on you device, subscribe now.