fbpx

ବାପା ନାଁ’ରେ କଳଙ୍କ; ଝିଅ ଜନ୍ମ ହେବାରୁ ତଳେ କଚାଡ଼ି କଚାଡ଼ି ନେଲା ଜୀବନ

ଲକ୍ଷ୍ନୌ: ବାପା ସାଜିଲା କଂସ, ଉତ୍ତରପ୍ରଦେଶ ଇଟାଓ୍ଵାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କ ଚତୁର୍ଥ କନ୍ୟା ସନ୍ତାନ ଜନ୍ମକୁ ନେଇ ଏତେ ରାଗିଗଲା ଯେ ନବଜାତ ଶିଶୁ କନ୍ୟାଟିକୁ ମା’ କୋଳରୁ ଛଡାଇ ଆଣି ତଳେ କଚାଡ଼ି ହତ୍ୟା କଲା। ଏହି ମାମଲାରେ ପୋଲିସ ୩୦ ବର୍ଷିୟ ବବଲୁ ଦିବାକରଙ୍କୁ ଗିରଫ କରିଛି। ସେ ଏହି ଜଘନ୍ୟ କାଣ୍ଡ ଘଟାଇବା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ପୋଲିସ କହିଛି।

ଏସଏସପି ସଞ୍ଜୟ କୁମାର ବର୍ମା କହିଛନ୍ତି ଯେ ବବଲୁ ଦିବାକର ଏକ ପୁତ୍ର ସନ୍ତାନ ଜନ୍ମ କରିବାକୁ ଆଶା ରଖିଥିଲା। ତାର ପ୍ରଥମ ପତ୍ନୀଙ୍କଠାରୁ ଦୁଇଟି ଝିଅ ଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଏହାପରେ ସେ ପୁଣି ଥରେ ବିବାହ କରିଥିଲେ ଏବଂ ତାଙ୍କ ଠାରୁ ଗୋଟିଏ ଝିଅ ମଧ୍ୟ ଥିଲା। ଦିବାକର ରବିବାର ନିଶାସକ୍ତ ଅବସ୍ଥାରେ ଜଣେ ୧ ମାସର ଶିଶୁକନ୍ୟାକୁ ତାଙ୍କ ମା’ଙ୍କ କୋଳରୁ ଛଡ଼ାଇ ନେଇ ତଳେ କଚାଡି ଦେଇଥିଲେ।

ଦିବାକରଙ୍କ ଚତୁର୍ଥ କନ୍ୟା ଗତ ମାସରେ ଜନ୍ମ ହୋଇଥିଲା। ରବିବାର ଦିନ ଦିବାକରଙ୍କ ବାପା ମା’ଙ୍କ ସହ ଯୁକ୍ତିତର୍କ ହେବାରୁ ସେ ଏପରି କରିଥିଲେ। ନବଜାତଶିଶୁକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ବୁଧବାର ତାର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଦୀପୁଙ୍କ ଅଭିଯୋଗକୁ ଭିତ୍ତି କରି ଦିବାକରଙ୍କ ବିରୋଧରେ ବିଏନଏସର ଧାରା ୧୦୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ବବଲୁଙ୍କୁ ଗୁରୁବାର ଜେଲ ପଠାଇ ଦିଆଯାଇଛି।

Get real time updates directly on you device, subscribe now.