fbpx

ୟୁପି: ସଡ଼କ ଦୁର୍ଘଟଣାରେ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ ଆହତ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ଉତ୍ତରପ୍ରଦେଶର ଜଣେ କ୍ୟାବିନେଟ ମନ୍ତ୍ରୀ । ମନ୍ତ୍ରୀ ସଞ୍ଜୟ ନିଷାଦ ଦୁର୍ଘଟଣାରେ ଆହତ ହୋଇ ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ ପାଦରେ ଆଘାତ ଲାଗିଛି । ନିଜ କାଫିଲା ସହ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ମନ୍ତ୍ରୀ ସଞ୍ଜୟଙ୍କୁ ପ୍ରତାପଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଡିଏମ ଓ ଏସପି ମେଡିକାଲରେ ପହଞ୍ଚି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ଖବର ମୁତାବକ, ମନ୍ତ୍ରୀ ସଞ୍ଜୟ ଆଜି ପ୍ରତାପଗଡ଼ର ବିକାଶ ଭବନରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଯାଉଥିଲେ । ଏହାପର ସେ ଜିଲ୍ଲା ପଞ୍ଚାୟତ ସଭାଗାରରେ ମତ୍ସ୍ୟ ପାଳକଙ୍କ କର୍ମଶାଳକୁ ସମ୍ବୋଧିତ କରିଥାନ୍ତେ । ପାଖାପାଖି ୧୦ଟା ସମୟରେ ରାୟବରେଲୀ ସଲୌନ ଥାନା ଅଞ୍ଚଳର କରହିୟା ବଜାର ନିକଟରେ ପହଞ୍ଚିଥିବା ସମୟରେ ଅଚାନକ ଅଘଟଣ ଘଟିଥିଲା । ଏସ୍କର୍ଟ ଡ୍ରାଇଭର ଅଚାନକ ବ୍ରେକ ମାରିବା ଫଳରେ ମନ୍ତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତାଙ୍କର ଦୁଇ ଗୋଡ଼ର ପାଦରେ ଆଘାତ ଲାଗିଥିଲା । ଏହାପରେ ମନ୍ତ୍ରୀଙ୍କୁ ରାୟବରେଲୀ ଏମ୍ସ ବଦଳରେ ସିଧାସଳଖ ମେଡଇକାଲ କଲେଜ ପ୍ରତାପଗଡ଼କୁ ନିଆଯାଇଥିଲା ।

Get real time updates directly on you device, subscribe now.