ମାଙ୍କଡ଼କୁ କୁରାଢୀ ମାରୁଥିଲା ବାପା; ପୁଅ ବେକରେ ବାଜିଲା ଚୋଟ, ଚାଲିଗଲା ଜୀବନ

ୟୁପିର ଏକ ଆଶ୍ଚର୍ଯ୍ୟଜନକ ଘଟଣା, ବାପାଙ୍କ ଏହି ଛୋଟ ଭୁଲ ନିର୍ଦ୍ଦୋଷର ଜୀବନ ନେଇଗଲା, ଜାଣନ୍ତୁ କ’ଣ ହେଲା।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ବାପାଙ୍କ ଏହି ଛୋଟ ଭୁଲ ପାଇଁ ଏକ ନିର୍ଦ୍ଦୋଷ ଶିଶୁର ଜୀବନ ଚାଲିଯାଇଛି । ଅଜାଣତରେ ଜୀବନର ବଡ଼ ଭୁଲ କରିଦେଲା ବାପା। ଅଭିଯୁକ୍ତ ବାପା ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ପାଇଁ ସେମାନଙ୍କ ଆଡ଼କୁ ଏକ କୁରାଢ଼ି ଫିଙ୍ଗିଥିଲେ। କିନ୍ତୁ ସେହି କୁରାଢି, ତାଙ୍କ ପୁଅ ବେକରେ ଯାଇ ବାଜିଥିଲା, ଯାହା ଫଳରେ ପିଲାଟି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକ ତୁରନ୍ତ ତାକୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ତା’ର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ବାପାର ନାମ ଲଖନ ସିଂହ ବୋଲି ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୋରାଦାବାଦରେ ।

ଏପଟେ ପଡ଼ୋଶୀ ଜିଲ୍ଲା ପଞ୍ଚାୟତ ସଦସ୍ୟ ଏବଂ ଶିଶୁର ମାମୁଁ ଭିନ୍ନ ଭିନ୍ନ କାହାଣୀ କହିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଶିଶୁକୁ ଉଦ୍ଦେଶ୍ୟମୂଳକ ଭାବରେ ହତ୍ୟା କରାଯାଇଛି। ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅନେକ ଥର ପିଟିଛି।

ଲଖନ ସିଂହ ପୁଲିସକୁ କହିଛି ଯେ, ସେ ଦୈବପୁର ଗାଁର ବାସିନ୍ଦା। ସେ ଏକ ଇ-ରିକ୍ସା ଚଲାନ୍ତି। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଅନିତା ଏବଂ ଅଢ଼େଇ ବର୍ଷର ପୁଅ ଆରବ ଥିଲେ। ମଙ୍ଗଳବାର ସକାଳେ ଆରବ ଘରେ ଖେଳୁଥିବା ବେଳେ ହଠାତ୍ ଦଳେ ମାଙ୍କଡ଼ ଆସିଲେ। ମାଙ୍କଡ଼ମାନେ ଆରବ ଉପରେ ଆକ୍ରମଣ କରିପାରନ୍ତି ବୋଲି ଭାବି ସେ ଏକ କୁରାଢ଼ି ନେଇ ମାଙ୍କଡ଼ମାନଙ୍କ ଉପରକୁ ଫିଙ୍ଗିଥିଲେ। ହେଲେ କୁରାଢ଼ିଟି ମାଙ୍କଡ଼ ପରିବର୍ତ୍ତେ ଆରବ ବେକରେ ଯାଇ ବାଜିଥିଲା। ରକ୍ତସ୍ରାବ ପରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।।

ମୃତକର ମଉସା ଦାବି କରିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ତାର ବାପା, ଦାଦାଙ୍କ କୋଳରୁ ପିଲାଟିକୁ ଛଡ଼ାଇ ନେଇ ତାର ବେକ କାଟି ଦେଇଥିଲେ । ସେହି ସମୟରେ, ଜିଲ୍ଲା ପଞ୍ଚାୟତ ସଦସ୍ୟ କହିଛନ୍ତି ଯେ ଲୁହାର କୁରାଢିଟି ପିଲାଟିର ବେକକୁ ଭେଦି ଦେଇଥିଲା, ଯାହା ମାଙ୍କଡ଼ ଡେଇଁବା ଯୋଗୁଁ ଛାତରୁ ପଡ଼ିଥିଲା, ଫଳରେ ପିଲାଟିର ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ତଦନ୍ତ ପରେ, ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ଏହି ଘଟଣା ମୁରାଦାବାଦର କଟଘର ଥାନା ଅଞ୍ଚଳର ଦେବପୁର ଗାଁର। ଦୁର୍ଘଟଣା ସମୟରେ ପିଲାଟି ଘରେ ଖେଳୁଥିଲା।

ତେବେ ମୃତକର ମଉସା ଦାବି କରିଛନ୍ତି ଯେ, ପିଲାଟିକୁ ଉଦ୍ଦେଶ୍ୟମୂଳକ ଭାବରେ ହତ୍ୟା କରାଯାଇଛି। ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅନେକ ଥର ପିଟିଛି। ମାଙ୍କଡ଼ ନାମରେ ଖେଳୁଥିବା ପିଲା ଉପରେ କାନ୍ଥରେ ରଖାଯାଇଥିବା କୁରାଢ଼ି ଫିଙ୍ଗିଥିଲା ଅଭିଯୁକ୍ତ। ଏବେ ଦଣ୍ଡରୁ ବଞ୍ଚିବା ପାଇଁ ଅଭିଯୁକ୍ତ ବାପା ମିଛ କାହାଣୀ ସମସ୍ତଙ୍କୁ କହୁଛି।

କଟଘର ଇନ୍ସପେକ୍ଟର କହିଛନ୍ତି ଯେ, ୨ଟି ଭିନ୍ନ ଭିନ୍ନ କାହାଣୀ ସାମ୍ନାକୁ ଆସିଥିବା ବେଳେ କେଉଁ କାହାଣୀଟି ସତ ତାହା ଆମେ ତଦନ୍ତ କରିବା ପରେ ଜଣାପଡ଼ିବ।