fbpx

Video; ଜୁସ୍‌ରେ ପରିସ୍ରା ଫେଣ୍ଟି ବିକ୍ରି କରୁଥିଲେ ଦୋକାନୀ, ଦେଖିବା ପରେ ପ୍ରବଳ ଛେଚିଲେ ସ୍ଥାନୀୟ ଲୋକେ

ଗାଜିଆବାଦ: ଗାଜିଆବାଦର ଲୋନି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଇନ୍ଦିରାପୁରୀ ଅଞ୍ଚଳର ଏକ ଜୁସ୍ ଦୋକାନରେ ଲୋକଙ୍କୁ ପରିସ୍ରା ମିଶା ଜୁସ୍ ଦେବାର ଏକ ଘଟଣା ସାମ୍ନାକୁ ଆସିଛି । ରସରେ ଏକ ଅଜବ ସ୍ୱାଦ ଦେଖି ସ୍ଥାନୀୟ ଲୋକେ ପ୍ରତିବାଦ କରିବା ପରେ ଘଟଣା ପଦାକୁ ଆସିଥିଲା । ଘଟଣାସ୍ଥଳରେ ଦୋକାନ ମାଲିକଙ୍କୁ ଧରି ପ୍ରବଳ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ ।

ଜୁସ୍ ଦୋକାନରେ ରଖାଯାଇଥିବା ପରିସ୍ରା ବୋତଲ ମଧ୍ୟ ମିଳିଥିଲା । ସ୍ଥାନୀୟ ଲୋକେ ଏହାର ଭିଡିଓ ପ୍ରସ୍ତୁତ କରି ପୋଲିସକୁ ଖବର ଦେଇଥିଲେ । ଉତ୍ତ୍ୟକ୍ତ ଲୋକେ ଏହି ଯୁବକମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ ମାଲିକଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଜୁସ୍ ନମୁନା ଏବଂ ଜବତ ପରିସ୍ରା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି ।

ଗାଜିଆବାଦ ଜିଲ୍ଲାର ଲୋନି ବର୍ଡର ଅଞ୍ଚଳରେ ଫଳ ରସରେ ପରିସ୍ରା ମିଶାଇବା ଅଭିଯୋଗରେ ଜଣେ ୨୯ ବର୍ଷୀୟ ଜୁସ୍ ବିକ୍ରେତାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ୧୫ ବର୍ଷୀୟ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଅଙ୍କୁର ବିହାର ଅଞ୍ଚଳର ସହକାରୀ ପୁଲିସ କମିସନର (ଏସିପି) ଭାସ୍କର ବର୍ମା କହିଛନ୍ତି ଯେ ଜନସାଧାରଣଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ତାଙ୍କ କହିବା ଅନୁଯାୟୀ, ଏହି ଜୁସରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦିଆଯାଉଛି ବୋଲି ଲୋକେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.