ରବିଦାସ ଜୟନ୍ତୀ ଅବସରରେ ସାର୍ବଜନିକ ଛୁଟି ଘୋଷଣା କଲେ ଯୋଗୀ ସରକାର

ଲକ୍ଷ୍ନୌ: ଆସନ୍ତାକାଲି ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଫେବୃଆରୀ ୧୨ ତାରିଖ ଦିନ ରବିଦାସ ଜୟନ୍ତୀ ଅବସରରେ ସମସ୍ତ ସ୍କୁଲ, କଲେଜ୍ ଓ ସରକାରୀ କାର୍ଯ୍ୟାଳୟ ପାଇଁ ଛୁଟି ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ ।

କହିରଖୁଛୁ ଗତ ବର୍ଷ ୧୭ ଡିସେମ୍ବରରେ ରବିଦାସ ଜୟନ୍ତୀକୁ ସୀମିତ ଛୁଟି(Restricted Holiday) ତାଲିକାରେ ରଖିଥିଲେ ଯୋଗୀ ସରକାର ।

ଜନ୍ମ: ସନ୍ଥ ରବିଦାସଙ୍କ ଜନ୍ମ ଉତ୍ତରପ୍ରଦେଶ ବାରାଣସୀରେ ମାଘ ପୂର୍ଣ୍ଣିମା ଅବସରରେ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏଠାରେ ବଡ଼ ଉତ୍ସବ ପାଳନ କରାଯାଏ ।

କହିରଖୁଛୁ ସନ୍ଥ ରବିଦାସଙ୍କୁ ସନ୍ଥ ସିରୋମଣି ସନ୍ଥ ଗୁରୁ ଉପାଧୀ ଦିଆଯାଇଥିଲା ।

ସେ ରବିଦାସୀୟ ପନ୍ଥ ସ୍ଥାପନା କରିଥିଲେ ଏବଂ ଏଥିରେ ରଚିତ ହୋଇଥିବା ଭଜନ ପବିତ୍ର ଗୁରୁଗ୍ରନ୍ଥ ସାହିବରେ ସାମିଲ କରାଯାଇଛି ।

ଜାତି ବିରୋଧୀ: ସନ୍ଥ ରବିଦାସ ସାଧୁ ସନ୍ଥଙ୍କ ମେଳରେ ଜ୍ଞାନ ଅର୍ଜନ କରିଥିଲେ । ସେ ଜାତି ପ୍ରଥାକୁ ଘୋର ବିରୋଧ କରୁଥିଲେ ।

ତେବେ ପରମ୍ପରା ଅନୁଯାୟୀ ସନ୍ଥ ରବିଦାସ ଜୟନ୍ତୀ ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ ସହିତ ଅନ୍ୟ ରାଜ୍ୟରେ ପାଳନ କରାଯାଏ ।