fbpx

ଧର୍ମ ପରିବର୍ତ୍ତନ ଆଇନରେ ପରିବର୍ତ୍ତନ କଲେ ସରକାର; ଏଣିକି ହେବ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୟୁପି ବିଧାନସଭାରେ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍ ୨୦୨୪ ପାରିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର। ଏହି ବିଲ୍ ଜରିଆରେ ସରକାର ବଳପୂର୍ବକ ଧର୍ମପରିବର୍ତ୍ତନ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ୧ରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ଥିଲା। ପୂର୍ବରୁ ନିର୍ଦ୍ଦିଷ୍ଟ ଅପରାଧ ପାଇଁ ଦଣ୍ଡକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ନୂଆ ଅପରାଧକୁ ମଧ୍ୟ ଯୋଡ଼ାଯାଇଛି ଯେଉଁଥିରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି।

ଧର୍ମ ପରିବର୍ତ୍ତନ ପାଇଁ ପାଣ୍ଠିକୁ ଏହି ଆଇନ ଅଧୀନରେ ଅପରାଧ ପରିସରଭୁକ୍ତ କରାଯାଇଛି। ଏଥିରେ କୌଣସି ଦେଶୀ ଓ ବିଦେଶୀ ଅନୁଷ୍ଠାନଠାରୁ ପାଣ୍ଠି ନେବା ଅପରାଧ ପରିସରକୁ ଆସିଛି, ଯେଉଁଥିରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଯଦି କୌଣସି ବ୍ୟକ୍ତି କାହାକୁ ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦିଅନ୍ତି କିମ୍ବା ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି କରନ୍ତି, ତେବେ ତାଙ୍କୁ ମଧ୍ୟ ଅପରାଧ ପରିସରଭୁକ୍ତ କରାଯାଇଛି। ଏଥିସହ ଠକେଇ କରି ଜବରଦସ୍ତି ବିବାହ କିମ୍ବା ବିବାହ ମଧ୍ୟ ଏହି ବିଲ୍ ରେ ଯୋଡ଼ାଯାଇଛି।

ପୀଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ଓ ଥଇଥାନ ପାଇଁ ଜରିମାନା ଆକାରରେ ଅଦାଲତ ଟଙ୍କା ନିର୍ଦ୍ଧାରଣ କରିପାରିବେ। ମହିଳାଙ୍କ ଅପରାଧର ସମ୍ବେଦନଶୀଳତା, ସମ୍ମାନ ଓ ସାମାଜିକ ସ୍ଥିତି, ମହିଳାଙ୍କ ବେଆଇନ ଧର୍ମାନ୍ତରଣ, ଏସସି/ଏସଟି ଇତ୍ୟାଦିକୁ ସୁରକ୍ଷିତ ରଖିବା ପାଇଁ ଦଣ୍ଡ ଓ ଜରିମାନାକୁ ଅଧିକ କଠୋର କରିବାର ଆବଶ୍ୟକତା ରହିଛି ବୋଲି ଅନୁଭବ କରାଯାଇଥିଲା। ତେଣୁ ଏହି ବିଲ୍ ଅଣାଯାଉଛି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.