fbpx

୧୧ କେ.ଭି ତାର ସମ୍ପର୍କରେ ଆସି ପ୍ରାଣ ହରାଇଲେ ୫ କାଉଡିଆ; ଅନେକ ଆହତ, ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିରଟରେ କାଉଡିଆ ଯାତ୍ରୀମାନେ ହାଇ ଟେନସନ ତାର ସମ୍ପର୍କରେ ଆସିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ହରିଦ୍ୱାରରୁ ପାଣିଭରା ଆଣିଥିବା କାଉଡିଆ ଯାତ୍ରୀଙ୍କ ଡିଜେ ୧୧ କେ.ଭି ଲାଇନ ସମ୍ପର୍କରେ ଆସିଥିଲା, ଯେଉଁଥିରେ ୫ କାଉଡିଆଙ୍କ ମୃତ୍ୟୁ ହୋଇଛି। ତେବେ କରେଣ୍ଟ ଲାଗି ଆହତ ହୋଇଥିବା ଯାତ୍ରୀଙ୍କ ସଂଖ୍ୟା ୨୦ରୁ ଉର୍ଦ୍ଧ ରହିଛି। ମିରଟ ଡିଏମ ଦୀପକ ମୀନା ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହି ଘଟଣା ପରେ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରି ବିରୋଧ ଆରମ୍ଭ କରିଥିଲେ। ସେମାନେ ବିଦ୍ୟୁତ ଅଧିକାରୀଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ଘଟଣାର ବିଷୟରେ ସୂଚନା ପାଇବା ପରେ ପୋଲିସ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ସୂଚନାନୁସାରେ, ମିରଟର ରାଲି ଚୌହାନ ଗାଁ ନିକଟରେ କାଉଡିଆମାନେ ଶନିବାର ସନ୍ଧ୍ୟା ପ୍ରାୟ 8 ଟା ସମୟରେ ଗାଁରେ ପହଞ୍ଚିଥିଲେ। ଉଚ୍ଚ ଡିଜେ ସାଉଣ୍ଡ ସହିତ କାଉଡିଆମାନେ ଗାଁରେ ପ୍ରବେଶ କରିବା ମାତ୍ରେ ରାସ୍ତା କଡ଼ରେ ଝୁଲୁଥିବା ହାଇ ଟେନସନ୍ ଲାଇନ ଡିଜେ ସଂସ୍ପର୍ଶରେ ଆସିବାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଥିଲା। ଏହାପରେ କେହି କିଛି ବୁଝିବା ଆଗରୁ ଜଣକ ପରେ ଜଣେ କାଉଡିଆ ଯାତ୍ରୀ ପ୍ରାଣ ହରାଇଥିଲେ। ଚାରିଆଡେ ପାଟିତୁଣ୍ଡ ହେଉଥିଲା। କେହି କେହି ପାୱାର ହାଉସକୁ ଡାକି ବନ୍ଦ କରିବାକୁ ନିବେଦନ କଲେ କିନ୍ତୁ କେହି ଶୁଣି ନଥିଲେ। କୌଣସି ପ୍ରକାରେ ଗ୍ରାମବାସୀମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା କାଉଡିଆ ଯାତ୍ରୀଙ୍କୁ ନିଜ ଗାଡିରେ ଡାକ୍ତରଖାନାକୁ ନେଇଥିଲେ।

Get real time updates directly on you device, subscribe now.