fbpx

ରାତିରେ ଶୋଇଥିବା ସମୟରେ ଭାଙ୍ଗିପଡିଲା ଛାତ, ୩ ଶିଶୁଙ୍କ ସହ ଗୋଟିଏ ପରିବାରର ୫ ମୃତ

Advertisement

ଲକ୍ଷ୍ନୌ: ଆଜି ଅର୍ଥାତ୍ ଶନିବାର ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ରେଲୱେ କଲୋନୀରେ ଛାତ ଖସିପଡିବାରୁ ୩ ଜଣ ଶିଶୁଙ୍କ ସହିତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪୦ ବର୍ଷୀୟ ସତୀଶ ଚନ୍ଦ୍ର, ୩୫ ବର୍ଷୀୟା ସରୋଜିନୀ ଦେବୀ, ୧୩ ବର୍ଷୀୟ ହର୍ଷିତ, ୧୦ ବର୍ଷୀୟା ହର୍ଷିତା ଓ ୫ ବର୍ଷୀୟ ଅଂଶ ।

ଏହି ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ଓ ଘଟଣାରେ ପୀଡିତଙ୍କୁ ତତ୍କାଳ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସେଠାରେ ଏସଡିଆରଏଫ୍ ଟିମ୍ ପହଞ୍ଚି ମୃତକଙ୍କ ଶବ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛି । ଏହି ଦୁର୍ଘଟଣା ଆଲମବାଗର ଆନନ୍ଦନଗର ଫତେହ ଅଲୀ ଛକରେ ଥିବା ରେଲୱେ କଲୋନୀରେ ଘଟିଛି ।

ଶନିବାର ସକାଳେ ଆଲମବାଗ ରେଲୱେ କଲୋନୀ ଏକ ପୁରୁଣା କୋଠାର ଛାତ ଭାଙ୍ଗି ପଡିବା ଦ୍ୱାରା ୫ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରେ ୩ ଜଣ ଶିଶୁ ସାମିଲ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ଛାତ ତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏହା ସହିତ ସେଠାରେ ଆଉ କିଛି ଲୋକ ଫସିରହିଥିବା ଆଶଙ୍କା କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି ।
ସବୁଠାରୁ ଦୁଃଖଦ ହେଉଛି ସମସ୍ତ ସଦସ୍ୟ ଘରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି କାରଣରୁ କେହି ଜୀବନ ବଞ୍ଚାଇ ପାରି ନ ଥିଲେ ।

Get real time updates directly on you device, subscribe now.