fbpx
BSKY SKY
BSKY SKY

ଗୋଟିଏ ଇଞ୍ଜେକ୍ସନରେ ଭଲ ହେବେ କ୍ୟାନ୍ସର ରୋଗୀ ! କେବେ ମିଳିବ ମଞ୍ଜୁରୀ, କେଉଁଠି ହେବ ଆରମ୍ଭ ?

BSKY

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମାନବ କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରାଯାଉଛି । କରୋନା ମହାମାରୀ ସମୟରେ ବିଜ୍ଞାନ ଏକ ଟିକା ଉଦ୍ଭାବନ କରି ଲୋକଙ୍କୁ ଏକ ନୂଆ ଜୀବନ ଦେଇଥିଲା । ବର୍ତ୍ତମାନ କ୍ୟାନ୍ସର ରୋଗ ପାଇଁ ଏକ ସ୍ୱତନ୍ତ୍ର ଇଞ୍ଜେକ୍ସନ ପ୍ରସ୍ତୁତ କରାଯାଉଛି, ଯାହା ରୋଗୀର ଶରୀର ଭିତରକୁ ଯାଇ କର୍କଟ କୋଷ ସହିତ ଲଢ଼ିପାରେ ଏବଂ କର୍କଟ କୋଷଗୁଡ଼ିକୁ ଖୋଜି ନଷ୍ଟ କରିପାରେ ।

ବ୍ରିଟେନର ଏକ ସ୍ୱାସ୍ଥ୍ୟ ସେବା କମ୍ପାନୀ ନ୍ୟାସନାଲ ହେଲଥ ସର୍ଭିସ (ଏନଏଚଏସ) ଦ୍ୱାରା ଏହି କର୍କଟ ବିରୋଧୀ ପଦକ୍ଷେପ ଆରମ୍ଭ କରାଯାଇଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହା କର୍କଟ ରୋଗର ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିପାରେ । ଏହି ଟିକାକୁ ମେଡିସିନ୍ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି (ଏମଏଚଆରଏଇ) ଅନୁମୋଦନ କରିଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି ।

ଇମ୍ୟୁନୋଥେରାପି ପ୍ରକ୍ରିୟା ଅଧିନରେ ଏହି ଡୋଜ ଦିଆଯାଏ । ଡାକ୍ତରମାନେ ଦାବି କରିଛନ୍ତି ଯେ, ଗତ ଦଶନ୍ଧିରେ କର୍କଟ ଚିକିତ୍ସାରେ ଇମ୍ୟୁନୋଥେରାପି ସବୁଠାରୁ ବଡ କ୍ରାନ୍ତି ଭାବରେ ଉଭା ହୋଇଛି, ଯାହା ମେଡିକାଲ ଅଙ୍କୋଲୋଜିଷ୍ଟମାନଙ୍କୁ ଅନେକ କଷ୍ଟଦାୟକ ଚିକିତ୍ସା କିମ୍ବା ବିରଳ କର୍କଟ ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଏହା ବର୍ତ୍ତମାନ ଅସ୍ତ୍ରୋପଚାର, କେମୋଥେରାପି, ରେଡିଓଥେରାପି ଏବଂ ଟାର୍ଗେଟେଡ୍ ଥେରାପି ସହିତ କର୍କଟ ଚିକିତ୍ସାର ପଞ୍ଚମ ପଦ୍ଧତି ଭାବରେ ଗଣାଯାଉଛି ।

ଇଂଲଣ୍ଡରୁ ହେବ ଆରମ୍ଭ :-

ଇଂଲଣ୍ଡର ସ୍ୱାସ୍ଥ୍ୟ ଚିକିତ୍ସା ଆକଳନ କରିଛି ଯେ, ଇଂଲଣ୍ଡର ପ୍ରାୟ ୩,୬୦୦ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ନିଜର ସମୟ ବଞ୍ଚାଇବା ପାଇଁ ଇଞ୍ଜେକ୍ସନ୍ ବିକଳ୍ପ ବ୍ୟବହାର କରିପାରିବେ । ଏହି ଇଞ୍ଜେକ୍ସନ୍ ରୋଗୀର ନିଜସ୍ୱ ପ୍ରତିରକ୍ଷା ପ୍ରଣାଳୀକୁ କର୍କଟ କୋଷଗୁଡ଼ିକୁ ଖୋଜିବା ଏବଂ ନଷ୍ଟ କରିବାକୁ ଶକ୍ତି ଦେଇଥାଏ । ଫୁସଫୁସ, ସ୍ତନ, ଯକୃତ ଏବଂ ବ୍ଲାଡର ସମେତ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ଏହି ମେଡିସିନ୍ ଦିଆଯାଏ ।

Get real time updates directly on you device, subscribe now.