ୟୁଟ୍ୟୁବ ଦେଖି ନିଜେ ନିଜର ପେଟ କାଟିଦେଲେ ଯୁବକ, ଆଉ ତାପରେ…

ୟୁଟ୍ୟୁବ ଜ୍ଞାନ ପଡ଼ିଲା ମହଙ୍ଗା। ନିଜେ ନିଜର ପେଟ ଚିରି ଅପରେସନ କରିଥିଲେ ଯୁବକ। ହେଲେ ଅପରେସନ ପରେ ଯାହା ହେଲା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଉତ୍ତରପ୍ରଦେଶ: ଆଜିକାଲିକା ଦୁନିଆରେ ୟୁଟ୍ୟୁବ ଦେଖି ଲୋକ ବିଭିନ୍ନ ପ୍ରକାର ଜିନିଷ ସିଖୁଛନ୍ତି। ଆଉ ନିଜେ ଚେଷ୍ଟା ମଧ୍ୟ କରୁଛନ୍ତି। ଆଉ ଏବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। କି ୟୁଟ୍ୟୁବ ଦେଖି ନିଜ ପେଟ ଚିରି ନିଜେ ଅପରେସନ କରିଛନ୍ତି ଜଣେ ଯୁବକ।

ଆଉ ତାପରେ ଯୁବକଙ୍କ ସହ ଯାହା ଘଟିଛି ତାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକ ନିଜେ ପାଖ ମେଡିକାଲ ଷ୍ଟୋରରୁ ଔଷଧ, ସର୍ଜିକାଲ ବ୍ଲେଡ୍, ଆନାସ୍ଥେସିଆ ଏବଂ ସିଲାଇ ସାମଗ୍ରୀ ଆଣି ନିଜ ଘରେ ନିଜ ପେଟ ଚିରି ଅପରେସନ କରିଥିଲେ। ଆଉ ଆନାସ୍ଥେସିଆର ପ୍ରଭାବ କମିବା ପରେ ଜୀବନ ବଞ୍ଚାଇବାକୁ ହସ୍ପିଟାଲକୁ ଦୌଡିଲେ।

ୟୁଟ୍ୟୁବ ଜ୍ଞାନ: ହଁ ୟୁଟ୍ୟୁବ ନିଶା ଏବେ ଏମିତି ଚଢିଛି ଯେ, ଲୋକ ୟୁଟ୍ୟୁବ ନଦେଖିଲେ ପାଗଳ ପରି ମନେହେଉଛନ୍ତି। କାରଣ ଏହି ୟୁଟ୍ୟୁବରୁ ବିଭିନ୍ନ ପ୍ରକାରର କଥା ଶିଖିବାକୁ ମିଳୁଛି। କିଏ ଭଲ କାମ ଶିଖୁଛି ତ ଆଉ କିଏ ଖରାପ।

ୟୁଟ୍ୟୁବ ମାଧ୍ୟମରେ କିଏ ରୋଷେଇ ସିଖୁଛି ତ ଆଉ କିଏ ପାଠ ପଢୁଛି। ହେଲେ ଉତ୍ତରପ୍ରଦେଶର ଜଣେ ୩୨ ବର୍ଷୀୟ ଯୁବକ ରାଜା ବାବୁଙ୍କ କ୍ଷେତ୍ରରେ କିନ୍ତୁ ଅଲଗା ଘଟଣା ଦେଖିବାକୁ ମିଳିଛି। କାରଣ ଏହି ଯୁବକ ଜଣକ ୟୁଟ୍ୟୁବ ଦେଖି ନିଜ ପେଟକୁ ଚିରି ଦେଇଛନ୍ତି। ଆଉ କ’ଣ ପାଇଁ ତାହା କ’ଣ ଆପଣ ଜାଣିଛନ୍ତି କି?

ନିଜେ ନିଜର ପେଟ ଚିରିଦେଲେ: ତେବେ ଘଟଣା ହେଉଛି ରାଜା ବାବୁ ନାମକ ଯୁବକ ଜଣଙ୍କ କିଛି ଦିନ ହେବ ପେଟ ଯନ୍ତ୍ରଣାରେ ପୀଡିତ ଥିଲେ। ଅନେକ ଡାକ୍ତରଙ୍କ ପରାମର୍ଶ ପରେ ବି ପେଟ ଯନ୍ତ୍ରଣା ଭଲ ହୋଇନଥିଲା।

ଆଉ ଶେଷରେ ୟୁଟ୍ୟୁବ କି ଡାକ୍ତର କରିଦେଲେ। ଅର୍ଥାତ୍ ପେଟ ଯନ୍ତ୍ରଣା କମ୍ କରିବା ପାଇଁ ଯୁବକ ଜଣକ ୟୁଟ୍ୟୁବରେ ଅନେକ ପେଟ ଅପରେସନର ଭିଡିଓ ଦେଖିବାକୁ ଲାଗିଲେ। ଆଉ ଶେଷରେ ପାଖ ମେଡିକାଲ ଷ୍ଟୋରରୁ ଔଷଧ, ସର୍ଜିକାଲ ବ୍ଲେଡ୍, ଆନାସ୍ଥେସିଆ ଏବଂ ସିଲାଇ ସାମଗ୍ରୀ ଆଣିଲେ। ଆଉ ନିଜେ ନିଜ ପେଟ ଚିରି ଅପରେସନ କଲେ।

ଅପରେସନ ପରେ କ’ଣ ଘଟିଲା ଯୁବକଙ୍କ ସହ: ଆଉ ଯେତେବେଳ ଯାଏଁ ଆନାସ୍ଥେସିଆର ପ୍ରଭାବ ଦେହରେ ରହିଥିଲା କିଛି ଜଣା ପଡୁନଥିଲା। ଆଉ ଯେତେବେଳେ ତାର ପ୍ରଭାବ କମିଗଲା। ସେତେବେଳେ ଆଉ ଅସହ୍ୟ ଯନ୍ତ୍ରଣାକୁ ସହ୍ୟ କରିପାରିଲେ ନାହିଁ ରାଜା ବାବୁ।

ଜୀବନ ବିକଳରେ ଜୋରେ ଚିତ୍କାର କରିବାକୁ ଲାଗିଲେ। ଆଉ ତାଙ୍କ ଚିତ୍କାର ଶୁଣି ଘର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ପାଖ ହସ୍ପିଟାଲରୁ ନେଇଗଲେ। ହେଲେ ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ରାଜା ବାବୁଙ୍କୁ ଆଗ୍ରାର ଏସଏନ ହସ୍ପିଟାଲକୁ ରେଫର କରାଯାଇଛି।