fbpx

କନଷ୍ଟେବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲା ଉପରେ ଜବାବ ରଖିଲା ୟୁପି ପୋଲିସ ବୋର୍ଡ

ଲକ୍ଷ୍ନୌ: କନଷ୍ଟେବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଖବର ଉପରେ ଜବାବ ରଖିଲା ୟୁପି ପୋଲିସ ବୋର୍ଡ । ଉତ୍ତରପ୍ରଦେଶ ପୋଲିସ ବିଭାଗ ୬୦୨୪୪ କନଷ୍ଟେବଳ ପଦବୀ ଲାଗି ବିଜ୍ଞାପନ ଦେଇଥିଲା, ଯେଉଁଥିପାଇଁ ଫେବୃଆରୀ ୧୭-୧୮ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପରେ ଅନେକ ଜିଲ୍ଲାରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା ଯେ ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି । ତେବେ ଏଭଳି ଦାବିର ଯାଞ୍ଚ ହୋଇପାରିନାହିଁ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏବେ ଏହି ପ୍ରସଙ୍ଗରେ ୟୁପି ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ କହିଛି ଯେ ପୋଲିସ ସହାୟତାରେ ଏଭଳି ଦାବିର ତଦନ୍ତ କରାଯିବ । ବୋର୍ଡ ଦ୍ୱାରା ପରିଚାଳିତ ପ୍ରତ୍ୟେକ ପରୀକ୍ଷାରେ ସ୍ୱଚ୍ଛତା ଏବଂ ପବିତ୍ରତା ବଜାୟ ରଖିବା ପାଇଁ ବୋର୍ଡ ସର୍ବଦା ପ୍ରତିଶ୍ରୁତିବଦ୍ଧ । ବଡ଼ ସ୍ତରରେ ସଫଳ ପରୀକ୍ଷା ସରିବା ପରେ ଯେଉଁ ଅସତ୍ୟ ଖବର ପ୍ରସାରିତ ହେଉଛି ତାହାକୁ ୟୁପି ପୋଲିସ ସହାୟତାରେ ବୋର୍ଡ ତରଫରୁ ଯାଞ୍ଚ କରାଯିବ । ପ୍ରାର୍ଥୀଙ୍କୁ ନିଶ୍ଚିତ କରାଯିବା ଦରକାର ।

ୟୁପି ପୋଲିସ କହିଛି ଯେ ଗତ ତିନି ଦିନ ମଧ୍ୟରେ ୨୪୪ ଜଣଙ୍କୁ ଗିରଫ କରାଯାଇଛି, ଏହି ଲୋକମାନେ ଜାଲିଆତି କରି ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି । ଫେବୃଆରୀ ୧୫ରୁ ୧୮ ମଧ୍ୟରେ ଏହି ଗିରଫଦାରୀ ହୋଇଥିବା ୟୁପି ପୋଲିସ କହିଛି ।

Get real time updates directly on you device, subscribe now.