fbpx

OSSC ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ: ESI ଯୋଜନା ନିର୍ଦ୍ଦେଶାଳୟରେ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଇଏସଆଇସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ଯୋଜନା । କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟ ବୀମା (ଇଏସଆଇ) ଯୋଜନା ନିର୍ଦ୍ଦେଶାଳୟ ଅଧିନରେ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରକାରର ବୈଷୟିକ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଫେବୃଆରୀ ୧୯ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ । ପ୍ରାର୍ଥୀମାନେ ମାର୍ଚ୍ଚ ୨୧ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ କରିବେ ଓ ମାର୍ଚ୍ଚ ୨୩ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିବେ ।

ପ୍ରାର୍ଥୀଙ୍କୁ ଫିଜିଓଥେରାପିଷ୍ଟ, ଅକୁପେସନାଲ ଥେରାପିଷ୍ଟ, ଡେଣ୍ଟାଲ ଟେକ୍ନିସିଆନ, ମେଡିକାଲ ସୋସିଆଲ ୱାର୍କର, ଅପରେସନ ଥିଏଟର ଟେକ୍ନିସିଆନ, ସିଏସଏସଡି ଟେକ୍ନିସିଆନ, ସିଏସଏସଡି ଆସିଷ୍ଟାଣ୍ଟ ଓ ଡାର୍କରୁମ୍ ଆସିଷ୍ଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.