fbpx
BSKY SKY
BSKY SKY

ଚା’ ମାଗିବାରୁ ସ୍ୱାମୀ ଆଖିକୁ ଫୁଟାଇ ଦେଲା ସ୍ତ୍ରୀ…

BSKY

ନୂଆଦିଲ୍ଲୀ: ଚା’ ମାଗିବାରୁ ସ୍ୱାମୀର ଆଖିକୁ କଇଁଚିରେ ଆକ୍ରମଣ କରି ଫୁଟାଇଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଘପାଟ ଜିଲ୍ଲାରେ । ତେବେ ଘଟଣା ପରେ ମହିଳା ଜଣଙ୍କ ଘଟଣା ସ୍ଥଳରୁ ପଳାୟନ କରିଛନ୍ତି । ଏହା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ, ଆହତ ସ୍ୱାମୀ ହେଲେ ଅଙ୍କିତ । ଅଙ୍କିତ ଉକ୍ତ ମହିଳାଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପାରିବାରିକ ମାମଲାକୁ ନେଇ କଳହ ଲାଗି ରହୁଥିଲା । ଏପରିକି ଅଙ୍କିତଙ୍କ ସ୍ତ୍ରୀ ତାଙ୍କ ବିରୁଦ୍ଧରେ ଥାନାରେ ନିର୍ଯ୍ୟାତନା ଅଭିଯୋଗ ମଧ୍ୟ କରିଥିଲେ । ତେବେ ମହିଳା ଜଣଙ୍କ ଏହି ଘଟଣା ଘଟିବାର ତିନି ଦିନ ପୂର୍ବରୁ ଥାନାରେ ଅଭିଯୋଗ କରିଥିବା ପୁଲିସ କହିଛି ।

ତେବେ ଆଜି ଅଙ୍କିତ ସ୍ତ୍ରୀଙ୍କୁ ଚା’ ମାଗିବାରୁ ତାଙ୍କ ସ୍ତ୍ରୀ ରାଗିଯାଇଥିଲେ । ଏହା ପରେ ସେ ରାଗରେ ତାଙ୍କ ସ୍ୱାମୀଙ୍କ ଆଖିକୁ ଏକ କଇଁଚି  ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହା ପରେ ଅଙ୍କିତଙ୍କ ଚିକ୍ରାର ଶୁଣି ତାଙ୍କ ଭାଉଜ ଏବଂ ପିଲାମାନେ ସେଠାକୁ ଆସିଥିଲେ ଏବଂ ଘଟଣା ବାବଦରେ ପୁଲିସକୁ ଜଣାଇଥିଲେ । କିନ୍ତୁ ପୁଲିସ ପହଞ୍ଚିବା ଆଗରୁ ତାଙ୍କ ସ୍ତ୍ରୀ ସେଠାରୁ ଖସି ପଳାଇଥିଲେ ।

ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତାଙ୍କୁ ସେଠାକାର ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ସେଠାରୁ ଅଙ୍କିତଙ୍କୁ ଚିକିତ୍ସା ପାଇଁ ମୀରଟ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀଙ୍କର କୌଣସି ଖବର ପୁଲିସ ପାଇନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.