ଜାନୁଆରୀରୁ ନୂଆ ନିୟମରେ ଚାଲିବ ୟୁପିଆଇ, ଆଡ୍ ହେଲା ଓଟିପି ସର୍ଭିସ୍

ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟ୍ ବଢ଼ି ୧୦ ହଜାରରେ ପହଞ୍ଚିଲା । ୧ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ । ସୁରକ୍ଷା ଦୃଷ୍ଟିରୁ ସଂଲଗ୍ନ ହେଲା ଓଟିପି ସର୍ଭିସ୍ ।

ନୂଆଦିଲ୍ଲୀ: ଜାନୁୟାରୀ ୧ ତାରିଖରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ ୟୁପିଆଇ ୧୨୩ ପେ’କୁ ବ୍ୟବହାର କରି ୫ ହଜାର ଜାଗାରେ ୧୦ ହଜାର ଟଙ୍କାର କାରବାର କରିପାରିବେ ।

ୟୁପିଆଇ ୧୨୩ପେ’ରେ ଲୋକମାନେ ବିନା ଇଣ୍ଟରନେଟ୍ କନେକ୍ଶନରେ ପେମେଣ୍ଟ କରିବାର ସୁବିଧା ପାଆନ୍ତି । ଏହାକୁ ସମ୍ପୂର୍ଣ୍ଣ ଭାବେ ଆର୍ବିଆଇ ନିୟନ୍ତ୍ରଣ କରିଥାଏ । ଏହାକୁ ବ୍ୟବହାର କରିବାକୁ ପାଇଁ ୟୁଜରଙ୍କୁ ୪ଟି ଅପଶନ ଦିଆଯାଏ । ଯେଉଁଥିରେ ଆଇଭିଆର୍ ନମ୍ବର, ମିଷ୍ଟ କଲ୍ସ, ଓଇଏମ୍-ଏମବେଡେଡ୍ ଆପ୍ ଏବଂ ସାଉଣ୍ଡ ବେସ୍ଡ ଟେକନୋଲୋଜିର ବ୍ୟବହାର କରାଯାଏ ।

ଜାନୁୟାରୁ ୧ ପରଠାରୁ ୟୁଜର୍ସମାନେ ନୂଆ ନିୟମ ଅନୁସାରେ ସବୁ ସୁବିଧାର ଫାଇଦା ଉଠେଇ ପାରିବେ । ଏଥିରେ ଓଟିପି ବେସ୍ଡ ସର୍ଭିସ୍ ମଧ୍ୟ ଆଡ୍ କରାଯାଇଛି । ୟୁପିଆଇ ଜରିଆରେ ପେମେଣ୍ଟ କରିବାକୁ ଚାହୁଁଥିଲେ ଓଟିପି ବ୍ୟବହାର କରିବାକୁ ପଡ଼ିବ ।
ଶ୍ରୀଲଙ୍କା ସମେତ ଅନ୍ୟ ବିଦେଶରେ ମଧ୍ୟ ୟୁପିଆଇ ପେମେଣ୍ଟ ଟ୍ରାନଜାକ୍ସନ ଆରମ୍ଭ ହୋଇଗଲାଣି ।