fbpx

ୟୁପିଆଇ ସର୍ଭର ଡାଉନ୍: ଦେଶରେ ଏକ ଘଣ୍ଟାରୁ ଅଧିକ ସମୟ ବ୍ୟାହତ ହେଲା ଅନଲାଇନ୍ ପେମେଣ୍ଟ ସେବା

ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସର୍ଭର ରବିବାର ଏକ ଘଣ୍ଟାରୁ ଅଧିକ ସମୟ ବ୍ୟାହତ ହେବା ପରେ ପୁଣି ପୁନଃ ସ୍ଥାପିତ ହୋଇଛି । ଏହି କାରଣରୁ ସମଗ୍ର ଦେଶରେ ଅନଲାଇନ୍ ପେମେଣ୍ଟ କରିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଭଳି ସମସ୍ୟା ଉପୁଜିଛି। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ।

ଫୋନପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ପ୍ରମୁଖ ୟୁପିଆଇ ଆପ୍ ମାଧ୍ୟମରେ ଅନଲାଇନ୍ ପେମେଣ୍ଟ ନହେବା କାରଣ ବିଷୟରେ ଉପଭୋକ୍ତାମାନେ ଟ୍ୱିଟରକୁ ଯାଇ ନିଜ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ।ଚଳିତ ବର୍ଷ ଏହା ଦ୍ୱିତୀୟ ଥର ଘଟିଛି। ଏହାପୂର୍ବରୁ, ଶେଷ ଥର ପାଇଁ ଜାନୁଆରୀ ୯ ରେ ୟୁପିଆଇର ସର୍ଭର ଡାଉନ୍ ଥିଲା । ୟୁପିଆଇ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ଟୁଇଟ୍ କିମ୍ବା ବିବୃତ୍ତି ଜାରି କରିନାହିଁ ।

ବର୍ତ୍ତମାନ ଭାରତରେ ଖୁଚୁରା କାରବାରର ୬୦ ପ୍ରତିଶତରୁ ନେଣଦେଣ ୟୁପିଆଇ ମାଧ୍ୟମରେ ହୋଇଥାଏ । ଏହି ଦେୟ ପ୍ରଣାଳୀଗୁଡ଼ିକ ବୃହତ ପରିମାଣର କାରବାର ପରିଚାଳନା କରନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କମ୍ ମୂଲ୍ୟର କାରବାର ହୋଇଥାଏ । ୧୦୦ ଟଙ୍କା ତଳେ କାରବାର ୟୁପିଆଇର ପରିମାଣର ୭୫ ପ୍ରତିଶତ ଅଟେ ।

ସୂଚନାଯୋଗ୍ୟ ଯେ କେବଳ ମାର୍ଚ୍ଚ ମାସରେ ୟୁପିଆଇ ମାଧ୍ୟମରେ ୫୪୦ କୋଟି କାରବାର କରାଯାଇଥିଲା ଯାହାର ମୂଲ୍ୟ ୯.୬୦ ଲକ୍ଷ କୋଟି ଥିଲା। ଏନପିସିଆଇ ବ୍ୟାଙ୍କ ଏବଂ ଇନ-ହାଉସ୍ ସର୍ଭରରେ ଭାର କମାଇବା ପାଇଁ ଅଫଲାଇନ୍ ମୋଡରେ ପେମେଣ୍ଟ ସୁବିଧା ଆରମ୍ଭ କରିବାକୁ ପ୍ରୟାସ କରୁଛି ।

Get real time updates directly on you device, subscribe now.