୧୫ ସେପ୍ଟେମ୍ବରରୁ ବଦଳିଯିବ UPI ନିୟମ, ଲିମିଟ୍ଠାରୁ ନେଇ ଏହି ସବୁ ଜିନିଷ ଉପରେ ପଡ଼ିବ ପ୍ରଭାବ
ୟୁପିଆଇ ନିୟମ ବଦଳିଯିବ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଯଦି ଆପଣ ୟୁପିଆଇ ମାଧ୍ୟମରେ ବୀମା, ନିବେଶ ବା ଅନଲାଇନ ସପିଂ ଭଳି ବଡ଼ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଅପଡେଟ୍। ସେପ୍ଟେମ୍ବର୧୫ ତାରିଖରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତି ଏନପିସିଆଇ ନେଇଛି। ଏହା ଦ୍ୱାରା ଆମାଉଣ୍ଟର ଡିଜିଟାଲ କାରବାରକୁ ଆହୁରି ସହଜ ଏବଂ ସୁରକ୍ଷିତ କରାଯାଉ।
ଏପର୍ଯ୍ୟନ୍ତ ସାଧାରଣ ୟୁପିଆଇର ଟ୍ରାଞ୍ଜାକ୍ସନ ସୀମା ୧ ଲକ୍ଷ ଟଙ୍କା ଥିଲା। ହେଲେ ପୂର୍ବରୁ ଏହି ସୀମା ବହୁତ କମ୍ ଥିଲା। ଏଥିରେ ୟୁଜର୍ସ ଅସୁବିଧା ଭୋଗୁଥିଲେ। ଏନପିସିଆଇ ଏହାକୁ ଦୃଷ୍ଟିରେ ରଖି ୧୨+ କାଟାଗୋରୀରେ କାରବାରର ସୀମାକୁ ବଢାଇ ୫ ଲକ୍ଷ ଟଙ୍କା କରିଦେଇଛି। ଏଥିସହ କିଛି କାଟାଗୋରୀରେ ଦୈନିକ ସମୁଦାୟ ଲିମିଟ ମଧ୍ୟ ବଢାଯାଇଛି।
ଏହିମାନଙ୍କୁ ମିଳିବ ଲାଭ: ଏହି ପରିବର୍ତ୍ତନର ସିଧାସଳଖ ଫାଇଦା ସେହିମାନଙ୍କୁ ମିଳିବ, ଯେଉଁମାନେ ବୀମା ପ୍ରିମିୟମ ଭରୁଛନ୍ତି, ସେୟାର ବଜାରରେ ନିବେଶ କରୁଛନ୍ତି, କ୍ରେଡିଟକାର୍ଡ ବିଲ୍ ଭରୁଛନ୍ତି, ସରକାରୀ ପ୍ଲାଟଫର୍ମରୁ କିଣାକିଣି କରୁଛନ୍ତି ନଚେତ ଟ୍ରାଭେଲ ଏବଂ ବିଜନେସ୍ ସହ ଜଡ଼ିତ ଟ୍ରାଞ୍ଜାକ୍ସନ କରୁଛନ୍ତି।
ପର୍ସନ ଟୁ ପର୍ସନ ଟ୍ରାଞ୍ଜାକ୍ସନରେ ପ୍ରଭାବ: P2P ଅର୍ଥାତ ସାଙ୍ଗ ବା ପରିବାରକୁ ଟଙ୍କା ପଠାଇବାର ସୀମା ବର୍ତ୍ତମାନ ୧ ଲକ୍ଷ ଟଙ୍କା ସବୁ ଟ୍ରାଞ୍ଜାକ୍ସନରେ ରହିବ। କାରଣ ଏହି ପରିବର୍ତ୍ତନ କେବଳ କିଛି କାଟାଗୋରୀ ପାଇଁ ଲାଗୁ ହେବ।
କ’ଣ କ’ଣ ବଦଳିବ: ଏନପିସିଆଇ କହିବାନୁଯାୟୀ, ଲୋକେ ଡିଜିଟାଲ ପେମେଣ୍ଟକୁ ଆପଣାଇବା ଫଳରେ ଟ୍ରାଞ୍ଜାକ୍ସନର ଦାବି ମଧ୍ୟ ବଢିବାରେ ଲାଗିଛି। ଏଥିପାଇଁ ୟୁପିଆଇକୁ ଅଧିକ ସକ୍ଷମ କରିବା ଲାଗି ଏହି ପରିବର୍ତ୍ତନ ନିହାତି ଆବଶ୍ୟକ। ଏଥିରେ ଉପଭୋକ୍ତାଙ୍କୁ ସୁବିଧା ମିଳିବା ସହ ବିଜନେସ୍ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ।
Effective from 15th September, now make high-value payments seamlessly with UPI! NPCI has increased the transaction limit to ₹10 lakh within 24 hours for categories like insurance premiums & capital markets, making big payments easier and faster than ever.#NewUPILimits pic.twitter.com/SEmjro8Rop
— BHIM (@NPCI_BHIM) September 8, 2025