fbpx

UPSC ୨୦୨୩ ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ: ଦେଖନ୍ତୁ କେଉଁ ବିଷୟରେ କେତେ ମାର୍କ ରଖିଥିଲେ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୨୩ର ମାର୍କଶିଟ୍ ଜାରି କରାଯାଇଛି । ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜର ନିଜର ମାର୍କ ଦେଖିପାରିବେ । ତେବେ ଏହା ମଧ୍ୟରେ ୟୁପିଏସସି ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ ହୋଇଛି । ଆଦିତ୍ୟ ମୋଟ ୧୦୯୯ ମାର୍କ ରଖିଥିବା ବେଳେ ସେ ମୁଖ୍ୟ ପରୀକ୍ଷାରେ ୮୯୯ ମାର୍କ ଓ ପର୍ସନାଲିଟି ଟେଷ୍ଟ ବା ଇଣ୍ଟରଭ୍ୟୁରେ ୨୦୦ ମାର୍କ ହାସଲ କରିଛନ୍ତି । ଆଦିତ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ମାର୍କଶିଟ୍ ଅପଲୋଡ୍ କରିଛନ୍ତି ।

 

View this post on Instagram

 

A post shared by Aditya Srivastava (@aditya297ias)

Get real time updates directly on you device, subscribe now.